ରାଷ୍ଟ୍ରୀୟ ସମ୍ମାନ ସହିତ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ

ଆଜି ହେବ ବିଜୟ ରୂପାଣୀଙ୍କ ଶେଷକୃତ୍ୟ

ଜୁନ୍ ୧୨ ତାରିଖରେ ଗୁଜୁରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ରହିଥିଲେ । ଆଉ ଏଥିରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ବର୍ତ୍ତମାନ ମୃତଦେହ ସହ ତାଙ୍କ ଡିଏନଏ ମେଳ ହୋଇଛି । ତାଙ୍କ ମୃତଦେହକୁ ଖୁବଶୀଘ୍ର ପରିବାରକୁ ହସ୍ତାନ୍ତର କରାଯିବ । ଆଜି ତାଙ୍କ ମୃତଦେହକୁ ରାଜ୍ୟ ପ୍ରୋଟୋକଲ୍ ସହିତ ରାଜକୋଟ ନିଆଯିବ ଏବଂ ରାଷ୍ଟ୍ରୀୟ ସମ୍ମାନ ସହିତ ଶେଷକୃତ୍ୟ କରାଯିବ ।ସୂଚନା ଅନୁଯାୟୀ, ତାଙ୍କ ମୃତଦେହକୁ ଏକ ଚାର୍ଟର୍ଡ ବିମାନରେ ରାଜକୋଟ ପଠାଯିବ।ତାଙ୍କ ଶେଷକୃତ୍ୟରେ ହଜାର ହଜାର ଲୋକ ଯୋଗଦେବାର ଆଶା କରାଯାଉଥିବାରୁ, ସାର୍ବଜନୀନ ପରିବହନ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି।