ଫେରାର ଥିଲେ ବିଡିଓ, ୮ବର୍ଷ ପରେ ବାନ୍ଧିଲା ଭିଜିଲାନ୍ସ !

ବିଡିଓ ହେବ ତ ଏମିତି !

ସରକାରୀ ବାବୁଙ୍କ କଳାକାର୍ନାମା । ପୁରା ଦୁର୍ନୀତିର ଗନ୍ତାଘର ପାଲଟିଥିଲେ ବାବୁ ଜଣଙ୍କ । ସରକାରୀ ଧନ ହଡପ କରିବା ସହ ୭ଟି ମାମଲାରେ ଫସି ଫେରାର ହୋଇଗଲେ ବିଡିଓ । ମାସେ କି ବର୍ଷେ ନୁହେଁ ତାହା ପୁଣି ୮ ବର୍ଷ । ଆଉ ଆଜି ପଡିଛନ୍ତି ଭିଜିଲାନ୍ସ ହାବୁଡରେ । ଏଭଳି ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀରେ । ଓଡ଼ିଶାରୁ ପଳାଇ ଯାଇ ଦିଲ୍ଲୀରେ ରହୁଥିଲେ। ଶେଷରେ ଦିଲ୍ଲୀରୁ ଧରିଛି ଭିଜିଲାନ୍ସ।

ସୂଚନା ଅନୁସାରେ କୋରାପୁଟ ନାରାୟଣପାଟଣାର ପୂର୍ବତନ ବିଡିଓ ରମେଶ ଚନ୍ଦ୍ର ସାହୁ । ନିଜ ଚାକିରି ସମୟରେ ବହୁ ଦୁର୍ନୀତି ମାମଲାରେ ଫସିଥିଲେ। ସେ ବହୁ ଉନ୍ନୟନମୂଳକ କାମରେ ଅର୍ଥ ହଡ଼ପ କରିଥିବା ଅଭିଯୋଗ ହୋଇଥିଲା।ତାଙ୍କ ନାଁରେ ୭ଟି ଦୁର୍ନୀତି ମାମଲା ରୁଜୁ ହୋଇଥିବା ବେଳେ ଗିରଫଦାରୀକୁ ଏଡ଼ାଇବାକୁ ସେ ଦିଲ୍ଲୀ ଫେରାର ହୋଇ ଯାଇଥିଲେ। ରମେଶଙ୍କୁ ଧରିବାକୁ ଭିଜିଲାନ୍ସ ବହୁ ଯୋଜନା କରିଥିବା ବେଳେ ୮ବର୍ଷ ପରେ ଦିଲ୍ଲୀରୁ ଗିରଫ କରି ଓଡ଼ିଶା ଆଣୁଛି ଭିଜିଲାନ୍ସ ଟିମ୍‌। ଯାହାକୁ ନେଇ ଚର୍ଚ୍ଚା ଏବେ ଜୋର ଧରୁଛି ।