ଭିଜିଲାନ୍ସ ଜାଲରେ ତହସିଲଦାର ବିଦ୍ୟାଧର ପତି
ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ ଘରେ ରେଡ୍ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଭିଯୋଗରେ ଭୁବନେଶ୍ବର ଓ ବାଲେଶ୍ବରର ୭ଟି ସ୍ଥାନରେ ଚାଲିଛି ଚଢାଉ । ରେଡ୍ ରେ ୬ DSP, ୩ ଇନ୍ସପେକ୍ଟର, ୧୦ ASIସାମିଲ ଅଛନ୍ତି । ସ୍ପେଶାଲ ଜଜଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସର ଚଢ଼ାଉ କରାଯାଉଛି । ଭୁବନେଶ୍ୱରର ତିନୋଟି ସ୍ଥାନ, ବାଲେଶ୍ବର କୁରୁଡା ଏବଂ ସୋର ମଧ୍ୟ ଚଢ଼ାଉ ହୋଇଛି । ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଭିଜିଲାନ୍ସ ହାତରେ ଲାଗିଛି। ଆୟ ବହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ କରୁଛନ୍ତି ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍ । କେତେ ପରିମାଣର ସମ୍ପତ୍ତି ଠାବ ହୋଇଛି ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଥିବା ବେଳେ ବାବୁଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଥିବା କୁହାଯାଉଛି । ଏଥିସହ ତାଙ୍କ ଭୁବନେଶ୍ୱର ଶୈଳଶ୍ରୀ ବିହାର ସ୍ଥିତ ଘରେ ରେଡ ଚାଲିଥିୱା ସୂଚନା ରହିଛି।
