ଉମରକୋଟ କୃଷି ବିଭାଗ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ

ଭିଜିଲାନ୍ସ ଜାଲରେ ଦୁଇ କୃଷି ବିଭାଗ ଅଧିକାରୀ

ନବରଙ୍ଗପୁର ଜିଲ୍ଲା ଉମରକୋଟ କୃଷି ବିଭାଗର କାର୍ୟ୍ୟଲୟ ରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଚଡାଉ । ଉମରକୋଟ କୃଷି ବିଭାଗର ଦୁଇ କର୍ମଚାରୀ, ଜାମରାଣ୍ଡ ଗ୍ରାମର ଲଷ୍ମୀ ଧର ମାଝି ନାମକ ଚାଷୀଙ୍କ ଠାରୁ ଜଳ ନିଧି ଯୋଜନାର ସବସିଡି କରେଇ ଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଅତିରିକ୍ତ କୃଷି ଅଧିକାରୀ ନୀଳକଣ୍ଠ ପରିଡା ଏବଂ ଡାଟା ଏଣ୍ଟ୍ରି ଅପରେଟର ସୁରେନ୍ଦ୍ର ସିଂ ବୁନ୍ଦେଲାଙ୍କୁ ମାଡି ବସିଲା ଭିଜିଲାନ୍ସ ।  ବର୍ତ୍ତମାନ ଭିଜିଲାନ୍ସ ଟିମ ଅତିତିକ୍ତ କୃଷି ଅଧିକାରୀ ନୀଳକଣ୍ଠ ପରିଡାଙ୍କ ୩ଟି ଏବଂଡାଟା ଏଣ୍ଟ୍ରି ଅପରେଟର ସୁରେନ୍ଦ୍ର ସିଂ ବୁନ୍ଦେଲା ଙ୍କ ଦୁଇ ଟି ସ୍ଥାନରେ ଚଡାଉ ଚାଲିଥିବା ସୂଚନା ମିଳିଛି।