ଦେଢ଼ ବର୍ଷରେ ୨୦ ପୋଲିସଙ୍କୁ ବାନ୍ଧିଛି ଭିଜିଲାନ୍ସ
ଦେଢ଼ ବର୍ଷରେ ୨୦ ଜଣ ପୋଲିସ ଅଧିକାରୀଙ୍କୁ ବାନ୍ଧିଛି ଭିଜିଲାନ୍ସ। ବିଧାନସଭାରେ ଏନେଇ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୨୭୧ ଜଣ ସରକାରୀ କର୍ମଚାରୀ ବିଭିନ୍ନ ମକଦ୍ଦମାରେ ଗିରଫ ହୋଇଛନ୍ତି। ୧୭୪ ଜଣ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୋଇଥିବା ବେଳେ ୩୩ ଜଣ ଚାକିରିରୁ ବହିଷ୍କୃତ ହେଇଛନ୍ତି। ୬୫ ଜଣ ସରକାରୀ କର୍ମଚାରୀଙ୍କ ପେନସନ ବନ୍ଦ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
