ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

ଆନନ୍ଦବଜାରରେ ଜଣେ ବ୍ୟକ୍ତି ଦୀର୍ଘ ସମୟ ଧରି ଗପିବାର ଭିଡିଓ ଭାଇରାଲ୍

ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ଶ୍ରୀମନ୍ଦିର ଭିତରେ ମୋବାଇଲ ଭିଡିଓ ଭାଇରାଲ୍ । କଟକଣା ସତ୍ତ୍ୱେ କଡା ସୁରକ୍ଷା ଭିତରେ ଶ୍ରୀମନ୍ଦିର ଆନନ୍ଦ ବଜାର ଭିତରେ ମୋବାଇଲ ଧରି ଜଣେ ବ୍ୟକ୍ତି ଦୀର୍ଘ ସମୟ ଧରି ଗପୁ ଥିବାର ଭିଡିଓ ଭାଇରାଲ୍ ହୋଇଛି । ଶ୍ରୀମନ୍ଦିର ଆନନ୍ଦ ବଜାର ,ଚାହାଣି ମଣ୍ଡପ ନିକଟରେ ସେହି ବ୍ୟକ୍ତି ମୋବାଇଲ ଧରି ଗପୁଥିବାର ଭିଡିଓ ଭାଇରଲ ହୋଇଛି ।ତେବେ ସଂପୃକ୍ତ ବ୍ୟକ୍ତିଙ୍କ ଫଟୋ କିଏ ଉଠାଇଲା ତାହା ସ୍ପଷ୍ଟ ହୋଇନି। ତେବେ ଏନେଇ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନି ।

Leave a Reply

Your email address will not be published. Required fields are marked *