ଉପରାଷ୍ଟ୍ରପତି ନିର୍ବାଚନ, କିଏ ମାରିବ ବାଜି?
ମଙ୍ଗଳବାର ଉପରାଷ୍ଟ୍ରପତି ନିର୍ବାଚନ । ଗୋଟିଏ ପଟେ ଏନଡିଏର ପ୍ରାର୍ଥୀ ସି ପି ରାଧାକ୍ରିଷ୍ଣନ ଆଉ ଅନ୍ୟପଟେ ମୈଦାନରେ ଇଣ୍ଡି ମେଣ୍ଟର ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡୀ । ତେବେ ଏହି ଉପରାଷ୍ଟ୍ରପତି ନିର୍ବାଚନରେ କିଏ ମାରିବ ବାଜି? କାହା ସପକ୍ଷରେ ଯିବ ଫଳାଫଳ? ସଂସଦରେ ବର୍ତ୍ତମାନ NDAର ସଂଖ୍ୟା ଗରିଷ୍ଠତା ଅଛି । ମେଣ୍ଟ ସହଯୋଗୀଙ୍କ ସହ କିଛି ଅନ୍ୟ ଦଳ ମଧ୍ୟ ବିଜେପିକୁ ସମର୍ଥନ ଦେଉଛନ୍ତି । ସେପଟେ ଇଣ୍ଟ ମେଣ୍ଟ ମଧ୍ୟ ପଛରେ ପଡ଼ିନି । ଯଦି ଏଥର ଉପରାଷ୍ଟ୍ରପତି ନିର୍ବାଚନରେ କିଛି ଚମତ୍କାର ହୁଏ, ତେବେ ଇଣ୍ଡି ମେଣ୍ଟ ମଧ୍ୟ ବାଜି ମାରିନେଇପାରେ ବୋଲି କୁହାଯାଉଛି । ସଂଖ୍ୟା ଦୃଷ୍ଟିରୁ ବିଜେପି ନେତୃତ୍ୱାଧୀନ NDAର ୪୨୩ ଜଣ ସାଂସଦ ଅଛନ୍ତି । ତେଣୁ ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ବାଜି ମାରିବା ଏକପ୍ରକାର ପକ୍କା ବୋଲି କୁହାଯାଉଛି ।ସ୍ୱାସ୍ଥ୍ୟ ଗତ କାରଣ ଦର୍ଶାଇ ଗତମାସରେ ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ । ଯାହାପରେ ଏହି ଉପରାଷ୍ଟ୍ରପତି କରାଯାଉଛି । ତେବେ ଏହା ଦେଶର ୧୭ ତମ ଉପରାଷ୍ଟ୍ରପତି ନିର୍ବାଚନ ହେବ ।
