ଆଜି ବସିବ ବିଜେଡିର ଗୁରୁତ୍ୱପୂର୍ଣ୍ଣ ପିଏସି ବୈଠକ

୯ରେ ଉପ ରାଷ୍ଟ୍ରପତି ନିର୍ବାଚନ, ଆଜି ବସିବ ବିଜେଡିର ଗୁରୁତ୍ୱପୂର୍ଣ୍ଣ ପିଏସି ବୈଠକ

ଆସନ୍ତା ୯ତାରିଖରେ ଉପ ରାଷ୍ଟ୍ରପତି ନିର୍ବାଚନ ନେଇ କଣ ରହିବ ବିଜେଡିର ଆଭିମୁଖ୍ୟ । ଆଜି ସନ୍ଧ୍ୟାରେ ବସୁଛି ବ୍ରେଠକ । ଉପ ରାଷ୍ଟ୍ରପତି ନିର୍ବାଚନରେ ବିଜେଡ଼ିର ଆଭିମୁଖ୍ୟ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଏହାରି ଭିତରେ ଆଜି ବସିବ ବିଜେଡିର ଗୁରୁତ୍ୱପୂର୍ଣ୍ଣ ପିଏସି ବୈଠକ । ଆଜି ସନ୍ଧ୍ୟାରେ ନବୀନ ନିବାସରେ ରାଜନୈତିକ ବ୍ୟାପାର କମିଟି–ପିଏସି ବୈଠକ ଅନୁଷ୍ଠିତ ହେବ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ପିଏସି ବୈଠକରେ ପ୍ରମିଳା ମଲ୍ଲିକ, ସଞ୍ଜୟ ଦାସବର୍ମା, ସୁଦାମ ମାର୍ଣ୍ଡି, ନିରଞ୍ଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ, ପ୍ରଣବପ୍ରକାଶ ଦାସ, ଟୁକୁନି ସାହୁ, ସସ୍ମିତ ପାତ୍ର ଓ ସନ୍ତୃପ୍ତ ମିଶ୍ର ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।