ଆରପାରିରେ ବିଶିଷ୍ଟ ଚଳଚିତ୍ର ଅଭିନେତା ସାଧୁ ମେହେର

ଆରପାରିରେ ବିଶିଷ୍ଟ ଚଳଚିତ୍ର ଅଭିନେତା ସାଧୁ ମେହେର

ବରିଷ୍ଠ ଅଭିନେତା ତଥା ଫିଲ୍ମ ନିର୍ଦ୍ଦେଶକ ପଦ୍ମଶ୍ରୀ ସାଧୁ ମେହେରଙ୍କ ପରଲୋକ । ୮୪ ବର୍ଷ ବୟସରେ ମୁମ୍ବାଇରେ ସାଧୁ ମେହେରଙ୍କ ପରଲୋକ । ସିନେମା ଜଗତକୁ ତାଙ୍କର ଅବଦାନ ପାଇଁ ୨୦୧୭ରେ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ପ୍ରଦାନ କରାଯାଇଥିଲା ପଦ୍ମଶ୍ରୀ ସମ୍ମାନ । ୩୮ଟି ଓଡ଼ିଆ ଫିଲ୍ମରେ ସେ ତାଙ୍କ ଅଭିନୟର ଯାଦୁ ଦେଖାଇ ଦର୍ଶକଙ୍କ ମନ ଜିଣିଛନ୍ତି । ସେହିପରି ୫ଟି ଫିଲ୍ମରେ ଦେଇଛନ୍ତି ନିର୍ଦ୍ଦେଶନା । ସାଧୁ ମେହେରଙ୍କ ପରଲୋକ ନେଇ ସୂଚନା ଦେଲେ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର । ଉଭୟ ହିନ୍ଦି ଓ ଓଡ଼ିଆ ଫିଲ୍ମରେ ଖ୍ୟାତି ଅର୍ଜନ କରିଛନ୍ତି ସାଧୁ ମେହେର । ଅଙ୍କୁର, ମୃଗୟା, ଭୁବନ, ସୋମ୍ ଓ ମନ୍ଥନ ଭଳି ଚଳଚ୍ଚିତ୍ରରେ ଛାଡି ଯାଇଛନ୍ତି ନିଖୁଣ ଅଭିନୟର ଛାପ ।