ବାଂଲାଦେଶ ହିଂସାକୁ ନେଇ ତତ୍ପରତା ଦେଖାଇଲେ ରାଜ୍ୟ ସରକାର

୧୫-୨୦ ଦିନ ଭିତରେ ବାଂଲାଦେଶରୁ ଫେରିବେ ପ୍ରବାସୀ ଓଡ଼ିଆ ଶ୍ରମିକ

ପ୍ରବାସୀ ଶ୍ରମିକଙ୍କୁ ନେଇ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି । ରାଜ୍ୟ ସରକାର ବାଂଲାଦେଶରେ ରହୁଥିବା ସମସ୍ତ ଓଡିଆ ଶ୍ରମିକମାନଙ୍କୁ ତୁରନ୍ତ ରାଜ୍ୟକୁ ଫେରାଇଆଣିବାକୁ ଯୋଜନା କରୁଛନ୍ତି । ଏହି କ୍ରମରେ ଆଜି ଶ୍ରମମନ୍ତ୍ରୀ ଗଣେଷ ରାମସିଂ ଖୁଣ୍ଟିଆ କହିଛନ୍ତି କି, ବାଂଲାଦେଶରେ କେତେ ଓଡିଆ ଶ୍ରମିକ ରହିଛନ୍ତି ତାର ଏକ ଚିଠା ପ୍ରସ୍ତୁତ ହେଉଛି । ଏନେଇ ସମସ୍ତ ଜିଲ୍ଲାର ଶ୍ରମ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଶ୍ରମ ଅଧିକାରୀମାନେ ନିଜ ନିଜ ଜିଲ୍ଲାର ଅଫିସିଆଲ ଲିଷ୍ଟ ପଠାଇବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ । ପ୍ରାଥମିକ ଭାବେ ଅଫିସିଆଲ ଡାଟା ମୁତାବକ ଯାଇଥିବା ଶ୍ରମିକମାନଙ୍କ ସହ ଯୋଗାଯୋଗ କରାଯିବ ଓ ପରେ ନନ୍ ଅଫିସିଆଲ ଭାବେ ଯାଇଥିବା ଶ୍ରମିକଙ୍କ ବାବଦରେ ତଥ୍ୟ ସଂଗ୍ରହ କରାଯାଇ ସେମାନଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରାଯିବ ବୋଲି ଶ୍ରମମନ୍ତ୍ରୀ କହିଛନ୍ତି । ଆସନ୍ତା ୧୫-୨୦ ଦିନ ମଧ୍ୟରେ ସେମାନଙ୍କୁ ଫେରାଇ ଅଣାଯିବ ବୋଲି ଶ୍ରମ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *