ଆଜିଠୁ ଟୁଇନସିଟିରେ ଗାଡି ଚେକିଂ କଡ଼ାକଡ଼ି
ଆଜିଠୁ ଟୁଇନସିଟିରେ ଗାଡି ଚେକିଂ କଡ଼ାକଡ଼ି ହୋଇଛି । କଟକ, ଭୁବନେଶ୍ୱରରେ ଜୋରଦାର ହେବ ଯାଞ୍ଚ । ବିକଟାଳ ହର୍ଣ୍ଣ ଓ କାରରୁ କଳା କାଚ ହଟାଯିବ, ନିୟମ ନମାନିଲେ ଗଣିବେ ମୋଟା ଅଙ୍କର ତଣ୍ତ । ତେବେ ଚେକିଂ ଆରମ୍ଭ ହେବା ପୂର୍ବରୁ ଜନସାଧାରଣଙ୍କୁ ସତର୍କ କରାଇଥିଲ କମିଶନରେଟ୍ ପୋଲିସ । କଳାକାଚ, ବିକଟାଳ ହର୍ଣ୍ଣ, ଫିଲ୍ମ ଆଦି ଚେକିଂ ପୂର୍ବରୁ କାଢି ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ନଚେତ୍ ଜରିମାନା ଲାଗିବ ବୋଲି ବୋଲି ସୂଚନା ଜାରି କରାଯାଇଥିଲା । ସ୍କୁଲ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ସମସ୍ତ ଯାତ୍ରୀଙ୍କ ଉପରେ ନଜର ରଖାଯିବ ।କରୋନା ପରଠୁ ଗାଡ଼ି ଚେକିଂ ବନ୍ଦ ରହିଥିଲା । ହେଲେ ପୁଣି ଆକ୍ସନ ମୋଡରେ କମିଶନରେଟ ପୋଲିସ । ତେବେ ଚେକିଂ ଆରମ୍ଭ ହେବା ପୂର୍ବରୁ ଉଲ୍ଲଘଂନ କରିଥିବା ଜିନିଷକୁ ତୁରନ୍ତ କାଢି ଦେବା ପାଇଁ ସତର୍କ କରାଇଥିଲା ପୋଲିସ ।