୧ ଲକ୍ଷ କୋଟି ନିବେଶ କରିବ ବେଦାନ୍ତ
ରାୟଗଡାରେ ଆଲୁମିନିୟମ ପ୍ଲାଣ୍ଟ କରିବ ବେଦାନ୍ତ । ୩୦ ଲକ୍ଷ ଟନ୍ ର ପ୍ଲାଣ୍ଟ ନେଇ ସୂଚନା ଦେଲେ ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରଓ୍ୱାଲ । ୧ ଲକ୍ଷ କୋଟି ନିବେଶ କରିବ ବେଦାନ୍ତ । ଓଡ଼ଶାରେ ପୋସ୍କୋ ଶିଳ୍ପ ପାଇଁ ନିଷ୍ପତ୍ତି ହୋଇନି । ଏନେଇ ସୂଚନା ଦେଇଛନ୍ତି ଜେଏସଡବ୍ଲୁ ଗ୍ରୁପ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ । ଆଲୋଚନା ଚାଲିଥିବା କହିଲେ ସଜ୍ଜନ ଜିନ୍ଦଲ । ଆଜିଠୁ ଆରମ୍ଭ ହୋଇଛି ଦୁଇ ଦିନିଆ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ। ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭର ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜନତା ମଇଦାନରେ ପହଞ୍ଚି ଏହି କନକ୍ଲେଭକୁ ବିଧିବଦ୍ଧ ଭାବେ ଉଦଘାଟନ କରିଛନ୍ତି। ଏଥିସହ ଉତ୍କର୍ଷ ଓଡ଼ିଶା ଗ୍ୟାଲେରି ବୁଲି ଦେଖିଛନ୍ତି। ଏହି କନକ୍ଲେଭରେ ଦେଶ ବିଦେଶର ନିବେଶକ, ପ୍ରତିନିଧି ସାମିଲ ହୋଇଛନ୍ତି। କୁମାର ମଙ୍ଗଳମ ବିର୍ଲା, ନବୀନ ଜିନ୍ଦଲ, ଅନୀଲ ଅଗ୍ରୱାଲ, କରନ ଅଦାନୀ, ଦେବେଶ ଜୈନ, ଶୁଭ୍ରକାନ୍ତ ପଣ୍ଡା, ଟିଭି ନରେନ୍ଦ୍ରନ ଓ ସଜ୍ଜନ ଜିନ୍ଦଲ ଉପସ୍ଥିତ ରହିଥିଲେ।
