ଟ୍ରାକରେ ଦୌଡିଲା ବନ୍ଦେ ଭାରତ ସ୍ଲିପର କୋଚ

ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ସେବା ଆରମ୍ଭ

ଟ୍ରାକରେ ଦୌଡିଲା ବନ୍ଦେ ଭାରତ ସ୍ଲିପର କୋଚ । ହାୱାଡା ଗୌହାଟୀ ଭିତରେ ଏହାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଇଣ୍ଡିଆନ ରେଲୱେର ସ୍ୱେଦେଶୀ ଜ୍ଞାନକୌଶଳର ନିର୍ମିତ ଏହି ଟ୍ରେନ ଘଣ୍ଟା ପ୍ରତି ୧୮୦ କିମି ସ୍ପିଡରେ ଦୌଡିବ । ପ୍ରାୟ ୮୨୩ ଜଣ ଯାତ୍ରୀ ଯାଇପାରିବେ ।

ଏଥିରେ ଆରାମଦାୟକ ବଡଥ, ଅଟୋମେଟିକ ଡୋର , କବର୍ଡ ସୁରକ୍ଷା ସିଷ୍ଟମ, ସିସିଟିଭି ଏବଂ ଶ୍ୱଚ୍ଛତା ଭଳି ସୁବିଧା ପାଇବେ ଯାତ୍ରୀମାନେ । ବନ୍ଦେ ଭାରତ ସ୍ଲିପର କୋଚରେ ରହିବନି ୱେଟିଂ ଲିଷ୍ଟ ବା କ୍ୟୁଆରସି କିମ୍ବା ଯାତ୍ରୀଙ୍କୁ କେବଳ କମଫର୍ମ ଟିକଟ ମିଳିବ ।ଏହି ସେବାଗୁଡ଼ିକ ନ୍ୟୁ ଜଲପାଇଗୁଡ଼ିକୁ ନାଗରକୋଇଲ୍ ଏବଂ ତିରୁଚିରାପାଲି ସହିତ ଏବଂ ଆଲିପୁରଦୁଆରକୁ SMVT ବେଙ୍ଗାଲୁରୁ ଏବଂ ମୁମ୍ବାଇ (ପାନଭେଲ) ସହିତ ସଂଯୋଗ କରିବ ।

Leave a Reply

Your email address will not be published. Required fields are marked *