ଟାଟା ନଗରରୁ-ବ୍ରହ୍ମପୁରକୁ ଗଡି଼ବ ବନ୍ଦେ ଭାରତ ଏକ୍ସପ୍ରେସ୍

ଟାଟା ନଗରରୁ-ବ୍ରହ୍ମପୁରକୁ ଗଡି଼ବ ବନ୍ଦେ ଭାରତ ଏକ୍ସପ୍ରେସ୍

ରାଜ୍ୟବାସୀଙ୍କୁ ରେଳ ମନ୍ତ୍ରାଳୟର ବଡ଼ ଭେଟି । ଖୁବଶୀଘ୍ର ରାଜ୍ୟରେ ଗଡ଼ିବାକୁ ଯାଉଛି ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ । ଆସନ୍ତା ୧୫ ତାରିଖରେ ବ୍ରହ୍ମପୁର-ଟାଟାନଗର ମଧ୍ୟରେ ଏହି ଟ୍ରେନ ଚଳାଚଳର ଶୁଭାରମ୍ଭ ହେବ । ପ୍ରଧାନମନ୍ତ୍ରୀ ମୋଦି ଏହି ଟ୍ରେନ ଚଳାଚଳକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି । ଟାଟାନଗର-ବ୍ରହ୍ମପୁର ଓ ଟାଟାନଗର-ପାଟନା ମାର୍ଗରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାର ଏହି ୨ ମାର୍ଗ ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଟାଟା ନଗରରେ ପହଞ୍ଚିଛି। ଲୋକାର୍ପଣ ପୂର୍ବରୁ ଏହି ୨ଟି ମାର୍ଗରେ ଟ୍ରାଏଲ୍ ରନ୍ କରାଯିବ। ଆସନ୍ତା ୮ ତାରିଖରେ ଟାଟାନଗରରୁ ବ୍ରହ୍ମପୁର ମାର୍ଗରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ର ଟ୍ରାଏଲ୍ ରନ୍ କରିବାକୁ ନିସ୍ପତ୍ତି ନିଆଯାଇଛି। ଟାଟା ନଗରରୁ ବ୍ରହ୍ମପୁର ମଧ୍ୟରେ ଟ୍ରେନ୍ ଚଳାଚଳ କରିବାକୁ ବନ୍ଦେ ଭାରତ ଏକ୍ସପ୍ରେସ୍ ୭ରୁ ୮ ଘଣ୍ଟା ମଧ୍ୟରେ ପ୍ରାୟ ୫୮୬ କିମି ମାର୍ଗ ଅତିକ୍ରମ କରିବ।

କେନ୍ଦୁଝର ଗଡ଼ ଦେଇ ଏହି ଟ୍ରେନ୍ ଚଳାଚଳ କରିବ। ଟାଟା-ନଗରରୁ ଟ୍ରେନ୍ ବାହାରି ଚାଇଁବସା, ବାଂଶପାଣି, କେନ୍ଦୁଝରଗଡ଼,ହରିଚନ୍ଦନପୁର, ଜଖପୁରା, କଟକ, ଭୁବନେଶ୍ବର, ଖୋର୍ଦ୍ଧା ରୋଡ୍, ବାଲୁଗାଁ ଆଦି ୧୨ ଟି ରେଳ ଷ୍ଟେସନ୍ ଦେଇ ବ୍ରହ୍ମପୁରରେ ପହଞ୍ଚିବ। ସପ୍ତାହକୁ ୬ ଦିନ ଏହି ଟ୍ରେନ୍ ଚଳାଚଳ କରିବ। ସୂଚନାଯୋଗ୍ୟ ଗତବର୍ଷ ଓଡି଼ଶାରେ ଲୋକାର୍ପଣ ହୋଇଥିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍। ଯାହା ପୁରୀରୁ ହାଓ୍ବଡା ପର୍ଯ୍ୟନ୍ତ ଚଳାଚଳ କରୁଛି। ଏଥିସହ ଭୁବନେଶ୍ବର-ବିଶାଖାପାଟଣା ଓ ପୁରୀ- ରାଉରକେଲା ରୁଟ୍ ରେଲ ବନ୍ଦେ ଭାରତ ଚଳାଚଳ କରୁଛି।