ଅଶାନ୍ତ ହୋଇଛି ଉତ୍କଳ ବିଶ୍ଵବିଦ୍ୟାଳୟ କ୍ୟାମ୍ପସ

ଉତ୍କଳ ବିଶ୍ଵବିଦ୍ୟାଳୟ କୁଳପତିଙ୍କ ଅଫିସ ଆଗରେ ଧାରଣା

ଅଶାନ୍ତ ହୋଇଛି ଉତ୍କଳ ବିଶ୍ଵବିଦ୍ୟାଳୟ କ୍ୟାମ୍ପସ ।  ଗତକାଲି ସନ୍ଧ୍ୟାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ହାତାହାତି ସ୍ଥିତି ।ଏଥିରେ ଆହତ ହୋଇ ଏମ୍ସ ରେ ଭର୍ତ୍ତି ହୋଇଛନ୍ତି ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ର ରାଜକୁମାର ପରିଡ଼ା । ଗତକାଲି ସାଧାରଣ ବଚସା ରୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ହାତାହାତି ଭଳି ସ୍ଥିତି ଦେଖିବାକୁ ମିଳିଥିଲା । ଯେଉଁଥିରେ ବିଶ୍ଵବିଦ୍ୟାଳୟର ଛାତ୍ର ରାଜକୁମାର ପରିଡ଼ାଙ୍କ ଛାତି ଓ ପିଠିରେ ଗଭୀର ଆଘାତ ଲାଗିବା ସହ ଶରୀରର ବିଭିନ୍ନ ଜାଗାରେ ଆଘାତ ସୃଷ୍ଟି ହୋଇଛି । ପ୍ରଥମେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ କୁ ନିଆଯାଇଥିବା ବେଳେ ପରେ ଏମ୍ସ ଭୁବନେଶ୍ୱର କୁ ସ୍ଥାନାନ୍ତର କରାଯାଇଛି । ଆଜି ଏହାକୁ ନେଇ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ କ୍ଷୋଭ ଦେଖିବାକୁ ମିଳିଛି । ଆଜି କୁଳପତିଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି ଏକାଧିକ ଛାତ୍ରଛାତ୍ରୀ । ଅଣଛାତ୍ରଙ୍କ ପ୍ରବେଶ ଉପରେ ରୋକ ଲଗାଇବା ପାଇଁ ଦାବି କରିଛନ୍ତି ଉତ୍କଳ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ।

One thought on “ଅଶାନ୍ତ ହୋଇଛି ଉତ୍କଳ ବିଶ୍ଵବିଦ୍ୟାଳୟ କ୍ୟାମ୍ପସ

Comments are closed.