ଶ୍ରୀମନ୍ଦିର ରୋଷରେ ଲୁହା କଡ଼େଇ ବ୍ୟାନ୍

ପାଳିଆ ସେବକଙ୍କୁ ମହାପ୍ରଭୁଙ୍କ ସେବାପୂଜାରୁ ନିଲମ୍ବିତ

ଶ୍ରୀମନ୍ଦିର ରୋଷରେ ଲୁହା କଡ଼େଇ ବ୍ୟବହାର ନେଇ ଆକ୍ସନ । ୩ ସୁପକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ଶ୍ରୀମନ୍ଦିର ପ୍ରଶାସନ । ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଶ୍ରୀମନ୍ଦିର ତଥା ରୋଷଘରେ ପ୍ରବେଶ ନିଷିଦ୍ଧ କରାଯାଇଛି । ଜଣେ ପାଳିଆ ସେବକଙ୍କୁ ମହାପ୍ରଭୁଙ୍କ ସେବାପୂଜାରୁ ନିଲମ୍ବିତ କରାଯାଇଛି । କାର୍ଯ୍ୟାନୁଷ୍ଠାନ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀଙ୍କ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ରୋଷରେ ଅନ୍ନ ରନ୍ଧନରେ ଲୁହା କଡ଼େଇ ବ୍ୟବହାର ନେଇ ଅଭିଯୋଗ ଆସିଥିଲା । ଏହାପରେ କଡ଼େଇ ଜବତ ସହ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ରିପୋର୍ଟ ମିଳିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହୋଇଛି ।ମହାପ୍ରଭୁଙ୍କ ସେବାପୂଜାରେ କୌଣସି ପରମ୍ପରା ବହିର୍ଭୂତ କାର୍ଯ୍ୟ ତଥା ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି । ଗତ କିଛିଦିନ ତଳେ ଏନେଇ ଅଭିଯୋଗ ଆସିଥିଲା । ନଷ୍ଟ ହୋଇଥିଲା ଶ୍ରୀମନ୍ଦିରର ଯୁଗ ଯୁଗର ପରମ୍ପରା । ରୋଷଶାଳାରେ ମାଟି କୁଡୁଆରେ ରନ୍ଧନ ହେଉଥିଲା କିନ୍ତୁ ଏବେ ପଶିଛି ଲୁହା କଡେଇ । ଲୁହା କଡେଇରେ ମହାପ୍ରସାଦ ରନ୍ଧନ ନେଇ ବିବାଦ ସୃଷ୍ଟି ହୋଇଛି । ପରମ୍ପରା ବିରୋଧ ନେଇ ଅଭିଯୋଗ ଆସିବା ପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ନିର୍ଦ୍ଦେଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *