ସଟଡାଉନ ହେଲା ଆମେରିକା ସରକାର

୨୦ଲକ୍ଷ କର୍ମଚାରୀଙ୍କୁ ମିଳିବନି ଦରମା

ସଟଡାଉନ ହେଲା ଆମେରିକା ସରକାର ।  ଆମେରିକା ସିନେଟରେ ଅର୍ଥାନୁଦାନ ବିଲ୍ ପାସ୍ ହେବାରେ ବିଫଳ ହେବା ପରେ ଏଭଳି ଅଚଳାବସ୍ଥା  ସୃଷ୍ଟି  ହୋଇଛି  ।  ସରକାର ଚାଲିବା ପାଇଁ  ଆବଶ୍ୟକ ପାଣ୍ଠି ନେଇ ଆମେରିକା ସଂସଦରେ ସରକାରୀ ଓ ବିରୋଧୀଙ୍କ ମଧ୍ୟରେ ସହମତି ହୋଇନପାରିବାରୁ  ଏବେ ସଟଡାଉନରେ ପ୍ରବେଶ କରିଛି ଆମେରିକା ।  ସଟଡାଉନ ରୋକିବାକୁ ରାଷ୍ଟ୍ରପତି ଟ୍ରମ୍ପ ଡେମୋକ୍ରାଟିକ ନେତାଙ୍କ ୨୯ ତାରିଖରେ ବୈଠକ କରିଥିଲେ ମାତ୍ର ଏହାର କୌଣସି  ନିଷ୍କର୍ସ ବାହାରିନଥିଲା  ।ସେହିପରି ସେପ୍ଟେମ୍ବର ୩୦ରେ ରିପ୍ଲବିକାନ ସଦସ୍ୟ ମାନେ ୧୧ ନଭେମ୍ବର ଯାଏ କଣ୍ଟିନ୍ୟୁଇଂ ରିଜୋଲ୍ୟୁସନ ପାସ୍  କରିଥିଲେ, । ହେଲେ ସିନେଟରେ ଡେମୋକ୍ରେଟିକ ମାନେ ଏହାକୁ ବିରୋଧ କରିବା ପରେ ଏବେ ସଟଡାଉନରେ ପ୍ରବେଶ କରିଛି  ଆମେରିକା ।ଯେବେ ଆମେରିକା ସରକାର, ବିଭିନ୍ନ ଏଜେନ୍ସି ଓ ସରକାରୀ କାର୍ଯ୍ୟ ପାଇଁ  ଅନୁଦାନ ସଂପର୍କିତ ପ୍ରସ୍ତାବ ସଂସଦରେ ପାରିତ ହୋଇପାରେନି,  ସେତେବେଳେ ସଟଡାଉନ ପରିସ୍ଥିତି ଉପୁଜି ଥାଏ । ପାଣ୍ଠିର ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ଅତି ଜରୁରୀ କାର୍ଯ୍ୟକୁ ବାଦ ଦେଲେ ଅନ୍ୟ ସବୁ କାମ ବନ୍ଦ ରହେ ।  ସଟଡାଉନ ଦ୍ବାରା  ସମସ୍ତ ସରକାରୀ  ଅନୁଦାନ ଠପ ହୋଇଯିବ ଏବଂ  ସମସ୍ତ ସରକାରୀ କାର୍ଯ୍ୟ ବନ୍ଦ ରହିବ ।ଆମେରିକାର ପ୍ରାୟ ୨୦ ଲକ୍ଷ ଲକ୍ଷ କର୍ମଚାରୀ ସଟଡାଉନ ଦ୍ବାରା ପ୍ରଭାବିତ ହେବେ।   ଟ୍ରମ୍ପଙ୍କ କାର୍ଯ୍ୟକାଳରେ ଏହା ଦ୍ବିତୀୟ ଥର ପାଇଁ ସଟଡାଉନ ଅଟେ । ୨୦୧୮-୧୯ରେ ୩୫ ଦିନର ସଟଡାଉନ ପରେ ଏବେ ସାତ ବର୍ଷ ପରେ  ପୁଣି ସଟଡାଉନ୍  ହୋଇଛି ଆମେରିକା ସରକାର ।  ତେବେ ଆମେରିକାର ମାନ୍ଦାବସ୍ଥା ପାଇଁ ସାରା ବିଶ୍ବରେ ଏହାର ପ୍ରଭାବ ପଡ଼ିବାର ଆଶଙ୍କା ରହିଛି ।