କରାଚୀରେ ଆମେରିକା ଦୂତାବାସ କାର୍ଯ୍ୟାଳୟ ଭଙ୍ଗାରୁଜା ବେଳେ ଗୁଳିମାଡ଼, ୮ ମୃତ, ୩୦ରୁ ଅଧିକ ଆହତ
କରାଚୀରେ ଆମେରିକା ଦୂତାବାସ କାର୍ଯ୍ୟାଳୟ ଭଙ୍ଗାରୁଜା ବେଳେ ଗୁଳିମାଡ଼, ୮ ମୃତ, ୩୦ରୁ ଅଧିକ ଆହତ। ପାକିସ୍ତାନ ଇରାନ ସମର୍ଥନରେ ବାହାରି ଉପଦ୍ରବକାରୀମାନେ ଆମେରିକା ଦୂତାବାସ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି । ତେବେ ଉପଦ୍ରବକାରୀଙ୍କୁ ରୋକିବାକୁ ପୋଲିସ ଗୁଳିମାଡ଼ କରିଛି । ଯେଉଁଥିରେ ୮ ଜଣ ପ୍ରାଣ ହରାଇଛନ୍ତି ।ପାକ୍ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ବିରୋଧ ପ୍ରଦର୍ଶନକାରୀମାନେ ଖାମେନେଇଙ୍କ ସପକ୍ଷରେ ନାରାବାଜି କରୁଛନ୍ତି । କରାଚୀରେ ଥିବା ଆମେରିକୀୟ ଦୂତାବାସର ମୁଖ୍ୟ ଗେଟ୍ ଭାଙ୍ଗିବାକୁ ଉଦ୍ୟମ କରିଛନ୍ତି । କାର୍ଯ୍ୟାଳୟ ଉପରକୁ ସେମାନେ ପଥର ମାଡ କରି ଟାୟାର ଜାଳିଛନ୍ତି । ଏପରିକି ଇରାନ ଏବଂ ଖାମନେଇ ଜିନ୍ଦାବାଦ ନାରାବାଜି କରିଥିଲେ ।ଅନେକ ଭିଡିଓ ଏବଂ ଫଟୋରେ ଦେଖିବାକୁ ମିଳିଛି ଯେ, ଆମେରିକା ଦୂତାବାସରେ ନିଆଁ ଲଗିଛି । ନିଆଁର ପ୍ରକୋପ ଖୁବ୍ ଭୟଙ୍କର ରହିଛି । ଉତ୍ୟକ୍ତ ଲୋକେ ଭଙ୍ଗାରୁଜା କରୁଛନ୍ତି । ଏହାକୁ ପୋଲିସ ନିୟନ୍ତ୍ରଣ କରିବା ପାଇଁ ଗୁଳିମାଡ଼ କରିଛି । ଘଟଣାରେ ୮ ଜଣଙ୍କ ପ୍ରାଣ ଚାଲିଯାଇଥିବା ବେଳେ ୩୦ରୁ ଅ
