ଦୁବାଇ ଉପରେ ଇସ୍ରାଏଲର ଆକ୍ରମଣ, ୩ ମୃତ ଓ ୬୮ ଆହତ
ଦୁବାଇରେ ଆତଙ୍କ, ଆକାଶରୁ ବର୍ଷୁଛି ନିଆଁ । ଦୁବାଇ ଉପରେ ଭୟଙ୍କର ଆକ୍ରମଣ ଜାରି ରଖିଛି ଇରାନ । ୩ ଦିନ ହେଲା ଥରୁଛି ଦୁବାଇ । ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ବିବାଦ ଏବେ ଭୟଙ୍କର ରୂପ ନେଇଛି । ଆଜି ଲଗାତାର ୪ର୍ଥ ଦିନ ପାଇଁ ଇରାନ ପକ୍ଷରୁ ସଂଯୁକ୍ତ ଆରବ ଏମିରେଟ୍ସ, ବିଶେଷ କରି ଦୁବାଇ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ମାଡ଼ କରାଯାଇଛି । ଦୁବାଇର ବୁର୍ଜ ଅଲ୍ ଆରବ ଏବଂ ପାମ୍ ଜୁମେରା ଭଳି ପ୍ରସିଦ୍ଧ ସ୍ଥାନ ନିକଟରେ ଜୋରଦାର ବିସ୍ଫୋରଣ ଶବ୍ଦ ଶୁଣାଯାଇଛି। ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କୁ ହୋଟେଲର ବେସମେଣ୍ଟ ବା ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଛି ।ଆକାଶରେ ମିସାଇଲ୍ ନଷ୍ଟ ହେବା ପରେ ତାର ଭଗ୍ନାଂଶ ପଡ଼ି ଫୁଜୈରାର ଏକ ତୈଳ କେନ୍ଦ୍ରରେ ନିଆଁ ଲାଗିଯାଇଛି । ଆକ୍ରମଣ ଏପର୍ଯ୍ୟନ୍ତ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୮ଜଣ ଆହତ ହୋଇଛନ୍ତି । ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦରରେ ଶତାଧିକ ବିମାନ ବାତିଲ ହୋଇଛି, ଯାହାଫଳରେ ହଜାର ହଜାର ଯାତ୍ରୀ ଫସି ରହିଛନ୍ତି । ଅନେକ ଲୋକ ସଡ଼କ ପଥରେ ଓମାନ କିମ୍ବା ସୌଦି ଆରବକୁ ପଳାଇବାକୁ ଚେଷ୍ଟା କରୁଛନ୍ତି ।
