ଆଦାନୀ ଝଡ଼ରେ ଜଗନମୋହନଙ୍କ ନାଁ

ଆମେରିକା ଅଭିଯୋଗରେ ଜଗନମୋହନଙ୍କ ନାଁ

ଦେଶରେ ପୁଣି ଆଦାନୀ ଝଡ । ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କ ନାଁରେ ଆମେରିକା ସଂଗୀନ ଅଭିଯୋଗ ଆଣିବା ପରେ ଗୋଟିଏ ପରେ ଗୋଟିଏ ନ୍ରୂ ତଥ୍ୟ ସାମ୍ନାକୁ ଆସିଛି ।ଏହା ଭିତରେ ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନହେମାନ ରେଡ୍ଡୀ ନେଇ ଆସିଛି ବଡ ଖବର । ଜଗନଙ୍କୁ ଆଦାନୀ ଭେଟିବା ସହ ପ୍ରାୟ ୧୭୫୦କୋଟି ଟଙ୍କା ଲାଞ୍ଚ ଦେବାକୁ କଥା ହୋଇଥିବା ଦାବି କରିଛି ଆମେରିକା ଏଜେନ୍ସି ।ସେପଟେ ପୂରା ଘଟଣାକ୍ରମରେ ହ୍ବାଇଟ ହାଉସର ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଆମେରିକାର ଅଭିଯୋଗରେ ଗୁଡେଇତୁଡେଇ ହେଉଛନ୍ତି ଗୌତମ ଆଦାନୀ । ଲାଞ୍ଚ କାରବାର ନେଇ ଆମେରିକା ସିକ୍ୟୁରିଟି ଏକ୍ସଚେଞ୍ଜ କମିଶନ ସାଂଘାତିକ ଅଭିଯୋଗ ଆଣିବା ପରେ ୪ଟି ରାଜ୍ୟ ନାଁ ମଧ୍ୟ ସାମ୍ନାକୁ ଆସିଛି । ଏହା ଭିତରେ ହରଡଘଣାରେ ପଡିଛନ୍ତି ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ଆମେରିକା ଫେଡେରାଲ କୋର୍ଟଙ୍କ ନିକଟରେ  କମିଶନ ଯେଉଁ ଅଭିଯୋଗ ରଖିଛି ସେଥିରେ ଜଗନମୋହନ ରେଡ୍ଡୀଙ୍କ ନାଁ ରହିଛି । 

ଆଦାନୀ ଗ୍ରୁପ ଓ ତତକାଳୀନ ଆନ୍ଧ୍ରସରକାରଙ୍କ ମଧ୍ୟରେ ବଡ଼ ଡିଲ ପାଇଁ କଥାବାର୍ତ୍ତା ହୋଇଥିଲା । ୨୦୨୧ରେ ଆନ୍ଧ୍ରପ୍ରଦେଶରେ ଜଗନ ଓ ଆଦାନୀଙ୍କ ସାକ୍ଷାତ ହୋଇଥିଲା । ସୌରଚୁକ୍ତି ପାଇଁ ବଡ ଡିଲ କରାଯାଇଥିଲା । ୭ଟି ପ୍ଲାଣ୍ଟ ବଦଳରେ ୧୭୫୦କୋଟି ଟଙ୍କା ଦେବାକୁ ଡିଲ ହୋଇଥିଲା । ସୋଲାର ଏନର୍ଜି କରପୋରେସନ ଅଫ ଇଣ୍ଡିଆ ଅଧିକାରୀଙ୍କୁ ଏହି ଅର୍ଥରୁ ଲାଞ୍ଚ ଦିଆଯାଇଥାନ୍ତା । SECIରୁ ୭ ଗିଗାୱାଟ ଶକ୍ତି କିଣିବାକୁ ଡିଲ ହୋଇଥିଲା । କିନ୍ତୁ କୌଣସି କାରଣରୁ ଅର୍ଥନେଣଦେଣ ଓ ଡିଲ ଅଟକିଲା । ପରେ ଜଗନ ସରକାର ଭାଙ୍ଗିବା ପରେ ଆନ୍ଧ୍ରଉପରେ ଆଖି ହଟାଇଥିଲେ ଆଦାନୀସେପଟେ ଆମେରିକାର ଅଭିଯୋଗକୁ ଖଣ୍ଡନ କରିଛି ୟାଇଏସଆର କଂଗ୍ରେସ । ଆଦାନୀ ଓ ତତକାଳୀନ ସରକାରଙ୍କ ମଧ୍ୟରେ ଚୁକ୍ତି ବାବଦକୁ କୌଣସି ସିଧାସଳଖ ଆଲୋଚନା କରାଯାଇନଥିବା ଦଳ ସ୍ପଷ୍ଟୀକରଣ ରଖିଛି ।

Leave a Reply

Your email address will not be published. Required fields are marked *