ଇରାନର ୩ ପରମାଣୁ ଘାଟି ଧ୍ଵଂସ କଲା ଆମେରିକା
ଇରାନ୍ ଉପରେ ଆମେରିକାର ଆକ୍ରମଣ। ସିଧାସଳଖ ଇରାନର ପରମାଣୁ ଘାଟିରେ ଆକ୍ରମଣ କରିଛି ଆମେରିକା। ଫେର୍ଡୋ, ନତାଞ୍ଜ ଓ ଏସଫାହାନ୍ ପରମାଣୁ ଘାଟିକୁ ଟାର୍ଗେଟ୍ କରି ବୋମାମାଡ଼ ଆମେରିକା କରିଛି । ତିନୋଟି ପରମାଣୁ ଘାଟିରେ ବି-୨ ବମ୍ବରରେ ବୋମାମାଡ଼ ହୋଇଛି । ଏଥିପାଇଁ ୬ଟି ବଙ୍କର ବଷ୍ଟର ବମ୍ ବ୍ୟବହାର କରିଛି ଆମେରିକା । ଭାରତୀୟ ସମୟ ଭୋର ୪ଟା ୩୦ରେ ଆକ୍ରମଣ ହୋଇଛି । ଆକ୍ରମଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ । ଟ୍ରମ୍ପ କହିଛନ୍ତି, ଆମେରିକା ସେନା ବଡ଼ ଆକ୍ରମଣ କରିଛି । ଇରାନର ପରମାଣୁ ଘାଟିକୁ ଧ୍ବଂସ କରିଛୁ । ଏବେ ଇରାନକୁ ଶାନ୍ତିର ରାସ୍ତାରେ ଆସିବାକୁ ହେବ । ଇରାନକୁ ଯୁଦ୍ଧ ଶେଷ କରିବାକୁ ପଡ଼ିବ । ଆମେ ଶାନ୍ତି ଚାହୁଁ ସଂଘର୍ଷ ନୁହଁ । ଯୁଦ୍ଧ ବନ୍ଦ ପାଇଁ ଚେଷ୍ଟା କରିଥିଲୁ । ହେଲେ ଶେଷରେ ଆକ୍ରମଣ କରିବାକୁ ପଡ଼ିଲା । କୌଣସି ସେନା ଏପରି କରିପାରିବେ ନାହିଁ । ଇରାନ୍ ଯୁଦ୍ଧ ବନ୍ଦ ନକଲେ ପୁଣି ଥରେ ଆକ୍ରମଣ କରିବୁ । ସବୁ ଯୁଦ୍ଧ ବିମାନ ସୁରକ୍ଷିତ ଭାବେ ଇରାନରୁ ଫେରିଥିବା ଆମେରିକା ରାଷ୍ଟ୍ରପତି ସୂଚନା ଦେଇଛନ୍ତି ।
