ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ବିଏମସି କମିସନରଙ୍କୁ ନିର୍ଦ୍ଦେଶ

ଡ୍ରେନରେ ପଡି ନାବାଳକ ମୃତ୍ୟୁ ଘଟଣା, ରିପୋର୍ଟ ମାଗିଲେ ମନ୍ତ୍ରୀ

ମୁକୁଳା ଡ୍ରେନରେ ପଡି ନାବାଳକ ମୃତ୍ୟୁ ଘଟଣାରେ ତୁରନ୍ତ ପଦକ୍ଷେପ ନେବାକୁ ବିଏମସି କମିସନରଙ୍କୁ ତାଗିଦ । ଆଜି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ଭେଟିଛନ୍ତି । ଏହାସହ ମୁକୁଳା ଡ୍ରେନର ସ୍ଥିତି ମଧ୍ୟ ଦେଖି ଅନୁଧ୍ୟାନ କରିଛନ୍ତି । କାହିିଁକି ଏଭଳି ଭାବେ ଡ୍ରେନଟି ଖୋଲା ପଡିଛି, ସେନେଇ ପଚାରି ବୁଝିଛନ୍ତି । ଦୁର୍ଘଟଣାକୁ ନେଇ ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ବିଏମସି କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ।

ଯିଏ ଦୋଷୀ ପ୍ରମାଣିତ ହେବ, ସେମାନଙ୍କ ବିରୋଧରେ ୭ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ କହିଛନ୍ତି । କେବଳ ସେତିକି ନୁହେଁ ୩ ଦିନ ଭିତରେ ରାଜଧାନୀରେ ଯେତିକି ମୁକୁଳା ଡ୍ରେନ୍ ଅଛି, ତାହାର ତାଲିକା କରି ସେଠାରେ ବାରିକେଟିଂ ଓ ସ୍ଲାବ୍ ପକାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ମନ୍ତ୍ରୀ କହିଛନ୍ତି, ଭୁଲ ଅନ୍ୟ କାହା ଉପରେ ଦୋଷ ଲଦି ଦେଇ କେହି ବର୍ତି ଯାଇ ପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ମନ୍ତ୍ରୀଙ୍କ ସହ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ ଓ ଜଗନ୍ନାଥ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ । ଗତକାଲି ଭୁବନେଶ୍ୱର ୟୁନିଟ-୩ ଅଞ୍ଚଳର ମସଜିଦ କଲୋନୀର ନାବାଳକ ମୁକୁଳା ଡ୍ରେନରେ ପଡି ଭାସି ଯାଇଥିଲା । ଏକ ଘଣ୍ଟା ପରେ ମୃତ ଦେହ ମିଳିଥିଲା ।