କଟକଣାକୁ ନେଇ କଠୋର ହେଲା ଶ୍ରୀମନ୍ଦିର ପ୍ରଶାସନ

ଶ୍ରୀମନ୍ଦିର କଟକଣା ଉଲଙ୍ଘନକାରୀଙ୍କ ବିରୋଧରେ ତିନିବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ

ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ।  ଶ୍ରୀମନ୍ଦିର ଭିତରେ ହିଡେନ କ୍ୟାମେରା,ମୋବାଇଲ ଫୋନ୍ ଓ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଣ କଟକଣାକୁ ନେଇ କଠୋର ହେଲା ଶ୍ରୀମନ୍ଦିର ପ୍ରଶାସନ । ବୈଠକର ନିଷ୍ପତ୍ତି ଆଧାରରେ ଶ୍ରୀମନ୍ଦିର ଆଇନରେ ଶଂସୋଧନ ହେବାସହ ଏଭଳି କଟକଣା ଉଲଘଂନ କଲେ କଠୋର ଦଣ୍ଡବିଧାନର ବ୍ୟବସ୍ଥା ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।ପ୍ରଚଳିତ ନିୟମ ଅନୁଯାୟୀ ସେଭଳି କିଛି କଠୋର ଦଣ୍ଡବିଧାନ ନଥିବା ବେଳେ ଶ୍ରୀମନ୍ଦିର ଆଇନରେ ଶଂସୋଧନ ହେଲେ କଟକଣା ଉଲଙ୍ଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । 

ଶ୍ରୀମନ୍ଦିର ଆଇନରେ ଶଂସୋଧନ ପାଇଁ ଚାରୋଟି ବିନ୍ଦୁ ଉପରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।  ପ୍ରଥମ ବିନ୍ଦୁ ହେଉଛି ,କୌଣସି ବ୍ୟକ୍ତି ମୋବାଇଲ ଫୋନ୍ ଜାଣତରେ ଶ୍ରୀମନ୍ଦିର ଭିତରେ ବ୍ୟବହାର କଲେ କଠୋର ଦଣ୍ଡବିଧାନ କରାଯିବ ।ଦ୍ୱିତୀୟରେ ହେଉଛି କୌଣସି ହିସାବରେ ମହାପ୍ରଭୁଙ୍କ ସଂସ୍କୃତି ଗାରିମା ଜାଣତରେ କେହିବି କ୍ଷୁର୍ଣ୍ନ କରିବେନି କିମ୍ବା ସୋସିଆଲ ମିଡିଆରେ ଭାବାବେଗକୁ ଆଘାତ ଭଳି କୌଣସି ପୋଷ୍ଟ କଲେ କଠୋର ଦଣ୍ଡବିଧାନ ହେବା ସହ  ନନ ବେଲେବୁଲ ୱାରେଣ୍ଟ ୭ ବର୍ଷ ପର୍ଯ୍ୟନ୍ତ ।

ତୃତୀୟରେ ହେଉଛି ଅନଧିକୃତ ଭାବେ ଡ୍ରୋନ୍ ଶ୍ରୀମନ୍ଦିର ଉପରେ  ଉଡାଇଲେ କଠୋର ଦଣ୍ଡବିଧାନ ସହ ନନ ବେଲେବୁଲ ୱାରେଣ୍ଟ ।ଚତୁର୍ଥରେ ହେଉଛି ଶ୍ରୀମନ୍ଦିର ପରିଚାଳନା କମିଟିର ପରାମର୍ଶ କ୍ରମେ ଶ୍ରୀମନ୍ଦିର ଆଇନ୍ 1955 ଅନ୍ତର୍ଗତ  ଦଣ୍ଡବିଧାନ ହୋଇପାରିବ, ତିନିବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ମଧ୍ୟ ହୋଇପାରିବ ।  ଏ ଚାରୋଟି ବିନ୍ଦୁ ଉପରେ ଆଜିର ବୈଠକରେ ବିସ୍ତୃତ ଆଲୋଚନା କରାଯାଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଆଜିର ବୈଠକରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ,ନୀତି ପ୍ରଶାସକ, ସୁରକ୍ଷା ପ୍ରଶାସକ, ସ୍ୱତନ୍ତ୍ର ବାଟାଲିୟନ କମାଣ୍ଡାଣ୍ଟ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ ।