ଓଡ଼ିଶାକୁ ଲୁଟୁଛନ୍ତି ତାମିଲବାବୁ: ସ୍ମୃତି ଇରାନୀ
ପ୍ରଚାର ମଇଦାନରେ ସ୍ମୃତି ଈରାନୀ । ଆଜି ସ୍ମୃତି ଈରାନୀଙ୍କ ମାରାଥନ୍ ପ୍ରଚାର । ପାରାଦୀପ କୁଜଙ୍ଗ ସଭାରେ ବିଜେଡ଼ି ଉପରେ ସିଧା ହମଲା କଲେ ସ୍ମୃତି ଈରାନୀ । ଓଡ଼ିଶାକୁ ରିମୋଟ କଣ୍ଟ୍ରୋଲ ତାମିଲବାବୁ ଲୁଟୁଥିବା କହିଲେ ଈରାନୀ । ବିଜେଡି ରାଜ୍ୟକୁ ଲ୍ୟାଣ୍ଡ, ସ୍ୟାଣ୍ଡ, ମାଇନିଂ, କୋଲ୍ ମାଫିଆ ଦେଇଛି । ବିଜେଡି ନେତା, ମନ୍ତ୍ରୀଙ୍କୁ ତାମିଲ ବାବୁ ରିମୋଟ କଣ୍ଟ୍ରୋଲରେ ଚଳାଉଛନ୍ତି । ମୋଦି ଜଳ ଜୀବନ ମିଶନ ପାଇଁ ଟଙ୍କା ଦେଲେ, ଟଙ୍କା କୁଆଡ଼େ ଗଲା ? ଓଡ଼ିଶା ନେତୃତ୍ବକୁ କଏଦ୍ କରି ରଖାଯାଇଛି, ରିମୋଟ୍ରେ ସରକାର ଚାଲୁଛି । ନବୀନ ବାବୁଙ୍କୁ କହିବା, ବୁଲିବା ପାଇଁ ବି ସ୍ବାଧୀନତା ନଥିବା କୁହାଯାଉଛି । ରିମୋଟ୍ କଣ୍ଟ୍ରୋଲ ତାମିଲ ବାବୁ ରତ୍ନଭଣ୍ଡାର ରିପୋର୍ଟ କାହିଁକି ଚାପିଲେ ? ରାଜ୍ୟରେ ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ରିପୋର୍ଟ ଆସିବ । ଯଦି ରତ୍ନଭଣ୍ଡାରରେ କିଛି ଗଡ଼ବଡ଼ି ହୋଇଥିବ, ମୋଦି କାହାକୁ ଛାଡ଼ିବେନି ବୋଲି କହିଛନ୍ତି ସ୍ମୃତି ଈରାନୀ । କୁଜଙ୍ଗ ପରେ କେନ୍ଦ୍ରାପଡ଼ା ଆଳିରେ ଏକ ଜନସଭାକୁ ଉଦବୋଧନ ଦେଇଥିଲେ । ସେ କହିଥିଲେ କି ଯେଭଳି ଭାବେ ଆମେଠୀରୁ କଂଗ୍ରେସ ବାହାର ହୋଇଗଲା ସେହିଭଳି ଏଠାରୁ ଖୁବଶୀଘ୍ର ତାମିଲନାଡୁର ରିମୋର୍ଟ କଣ୍ଟ୍ରୋଲ ତାମିଲନାଡୁ ଚାଲିଯିବେ । ଏନେଇ ସେ ଲୋକଙ୍କର ସହଯୋଗ ଲୋଡିଥିଲେ । ସେହିଭଳି ରାଜ୍ୟ ସରକାରଙ୍କୁ ସ୍ମୃତି ଇରାନୀ ଅନେକଗୁଡିଏ ପ୍ରଶ୍ନ କରିଛନ୍ତି । ସ୍ମୃତି କହିଛନ୍ତି କି, କେନ୍ଦ୍ରାପଡା ଲୋକ ବର୍ଷ ବର୍ଷ ଧରି ଏକ ମେଡିକାଲ କଲେଜ ପାଇଁ ରାଜ୍ୟ ସରକାରଙ୍କ ଠାରେ ଦାବି କରୁଥିବା ବେଳେ ରାଜ୍ୟ ସରକାର କେନ୍ଦ୍ରାପଡାବାସୀଙ୍କ ଦାବିକୁ କାହିଁକି ଅଣଦେଖା କରୁଛନ୍ତି । ସେପଟେ ସ୍ମୃତି ଇରାନୀ ବୈଜୟନ୍ତ ପଣ୍ଡାଙ୍କୁ କୃଷ୍ଣଙ୍କ ଅବତାର ବୋଲି ବର୍ଣ୍ଣନା କରିବା ସହ ବିଜେଡିକୁ ମହାଭାରତର କୌରବ ବୋଲି କଟାକ୍ଷ କରିଛନ୍ତି ।