ବଢ଼ିଲା ଏସ୍ ଜୟଶଙ୍କରଙ୍କ ସୁରକ୍ଷା

ବଢ଼ିଲା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସୁରକ୍ଷା

ଭାରତ ପାକିସ୍ତାନ ଯୁଦ୍ଧ ପରିସ୍ଥିତି ପରେ ସୁରକ୍ଷା ବଳୟ ଭିତରେ ରହିବେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର । ଗୃହ ମନ୍ତ୍ରଣାଳୟ ତାଙ୍କ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛି ।  ଜୟଶଙ୍କରଙ୍କୁ ବର୍ତ୍ତମାନ ଡଜନରୁ ଅଧିକ CRPF କମାଣ୍ଡୋଙ୍କ ଦ୍ୱାରା ‘Z’ କ୍ୟାଟାଗୋରି ସୁରକ୍ଷା ମିଳୁଥିବା ବେଳେ ଏଥର ‘Z’ ସୁରକ୍ଷା ସହ ଅତିରିକ୍ତ ବୁଲେଟପ୍ରୁଫ୍ ଗାଡ଼ି ମିଳିବ। ଭାରତ-ପାକିସ୍ତାନ ଉତ୍ତେଜନା ପରେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନ ବିରୋଧରେ ଭାରତର ‘ଅପରେସନ ସିନ୍ଦୂର’ରେ କୂଟନୈତିକ ଆଭିମୁଖ୍ୟରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ଏସ ଜୟଶଙ୍କର ।ଅକ୍ଟୋବର ୨୦୨୪ରେ  ଏସ ଜୟଶଙ୍କରଙ୍କ ସୁରକ୍ଷାକୁ ‘Y’ କ୍ୟାଟାଗୋରିରୁ ‘Z’ କ୍ୟାଟାଗୋରି କୁ ଉନ୍ନୀତ କରାଯାଇଥିଲା । ଦେଶରେ ବର୍ତମାନ ୨୧୦ ଜଣ ହାଇପ୍ରୋଫାଇଲ ବ୍ୟକ୍ତିଙ୍କୁ ଏହି Z’ କ୍ୟାଟାଗୋରି ସୁରକ୍ଷା ମିଳୁଛି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡକରୀ, କଂଗ୍ରେସର ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ଭଳି ପ୍ରମୁଖ ବ୍ୟକ୍ତିଙ୍କୁ ଏହି ସୁରକ୍ଷା ପ୍ରଧାନ କରୁଛନ୍ତି କେନ୍ଦ୍ର ସରକାର ।