୨୦୨୪ ନିର୍ବାଚନ ପାଇଁ ନେତାଙ୍କୁ ଦେବେ ଗୁରୁମନ୍ତ୍ର !
ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆଗକୁ ୨୦୨୪ ନିର୍ବାଚନ ଥିବା ବେଳେ କିଭଳି ଓଡ଼ିଶାରେ ସ୍ଥିତି ମଜଭୁତ କରିବ ବିଜେପି ସେନେଇ ଦେବେ ଗୁରୁମନ୍ତ୍ର। ଆଜି ରାତିରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ପରେ ଶନିବାର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଦେବେ ଯୋଗ । ଜାତୀୟ ରାଜପଥ ପ୍ରକଳ୍ପର କରିବେ ଶୁଭାରମ୍ଭ ।
ଏହାପରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯାଇ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିବେ ଶାହା। ୨୦୨୪ ସାଧାରଣ ନିର୍ବାଚନ ନେଇ ଆଗାମୀ ଦିନରେ ବିଜେପିର କଣ ରହିବ ରୋଡମ୍ୟାପ୍ ତାହା ଉପରେ ମଧ୍ୟ ଆଲୋଚନା ହେବା ନେଇ ସୂଚନା ରହିଛି । ସେପଟେ ୨୦୨୪ ନିର୍ବାଚନ ପାଇଁ ଘୋଷଣା ହୋଇଛି ମନମୋହନଙ୍କ ନୂଆ ଟିମ୍ । ଆଉ ଏହି ଟିମକୁ ଗୁରୁମନ୍ତ୍ର ଦେବେ ଅମିତ ଶାହା । ନିର୍ବାଚନ ପୂର୍ବରୁ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବିଜେପି ପାଇଁ କେତେ ସହାୟକ ହେବ ତାକୁ ନେଇ ରାଜନୀତି ଜୋର ଧରିଛି ।