ବଜେଟରେ ବିହାର ପାଇଁ ବଡ଼ ଘୋଷଣା
ବଜେଟରେ ବିହାର ପାଇଁ ବଡ଼ ଭେଟି । ବିହାରକୁ ଗୁରୁତ୍ୱ ଦିଆଯାଇଛି । ବିହାରରେ ଗ୍ରୀନଫିଲ୍ଡ ବିମାନ ବନ୍ଦରର ସୁବିଧା ପ୍ରଦାନ କରାଯିବ । ଏହାସହ ପାଟନା ବିମାନ ବନ୍ଦରର କ୍ଷମତାକୁ ମଧ୍ୟ ବଢାଯିବ। ଅର୍ଥମନ୍ତ୍ରୀ କହିଛନ୍ତି, ପାଟନା ଆଇଆଇଟିର ସିଟ୍ ସଂଖ୍ୟାରେ ବୃଦ୍ଧି କରାଯିବ। ଆଉ ସେଠାରେ ଥିବା ହଷ୍ଟେଲ ସଂଖ୍ୟାକୁ ମଧ୍ୟ ବୃଦ୍ଧି କରାଯିବ । ଖାଲି ସେତିକି ନୁହେଁ, ପାଟନା ଆଇଆଇଟିରେ ଏବଂ ସଂରଚନାକୁ ଗୁରୁତ୍ୱ ଦିଆଯିବ। ଏଥିସହ ବିହାରରେ ହେବ ମଖାନା ବୋର୍ଡ। ଏଥିରେ ନିୟୋଜିତ ଲୋକଙ୍କୁ ଏଫପିଓ ରେ ସଂଗଠିତ କରାଯିବ। ବୋର୍ଡ ମଖାନା ଚାଷୀମାନଙ୍କୁ ତାଲିମ ସହାୟତା ଯୋଗାଇବ ଏବଂ ସମସ୍ତ ସରକାରୀ ଯୋଜନାରେ ସାମିଲ୍ କରିବା ପାଇଁ ମଧ୍ୟ କାର୍ୟ୍ୟ କରିବ। ଏହା ପୂର୍ବରୁ ମଧ୍ୟ ମଧ୍ୟବର୍ତ୍ତୀକାଳୀନ ବଜେଟରେ ମୋଦି ସରକାର ବିହାର ଆଉ ଆନ୍ଧ୍ରପ୍ରଦେଶକୁ ବେଶୀ ଫୋକସ୍ କରିଥିଲେ ।
