‘୧ ଲକ୍ଷ ୭୭ ହଜାର ୬୮ ମୃତ ହିତାଧିକାରୀ ଚିହ୍ନଟ’

ଭୂତ ଖାଉଥିଲେ ରାସନ ଚାଉଳ

ଭୂତ ଖାଉଥିଲେ ରାସନ ଚାଉଳ । ଲକ୍ଷେ ୭୭ ହଜାର ୬୮ ମୃତ ହିତାଧିକାରୀ ଚିହ୍ନଟ। ଚାଲୁ ରହିଥିବା କେୱାଇସି ପ୍ରକ୍ରିୟାରୁ ଚିହ୍ନଟ ପରେ ମୃତ ହିତାଧିକାରୀଙ୍କ ବାବଦରେ ଜଣାପଡିଛି । ବିଧାୟକ ମାନସ କୁମାର ଦତ୍ତଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ରାଜ୍ୟରେ ୩ କୋଟି ୩୬ ଲକ୍ଷ ୩୫ ହଜାର ୯୧୮ ଙ୍କ ମଧ୍ୟରୁ ଆଜିଯାଏଁ ୨ କୋଟି ୬୯ ଲକ୍ଷ ୨୩ ହଜାର ୮୩୦ ହିତାଧିକାରୀଙ୍କ କେୱାଇସି ଯାଞ୍ଚ ସାରିଲାଣି.  ଏବେ ବି ୬ ଲକ୍ଷ ୧୯ ହଜାର ୮୩୬ ନୂଆ କାର୍ଡ ପାଇଁ ଆବେଦନ କରି ଅପେକ୍ଷାରେ ଅଛନ୍ତି । ତେବେ ଭୂତ ହିତାଧିକାରୀଙ୍କ ବାବଦରେ ଜଣାପଡିବା ପରେ ପୁରା ତାଲିକାରେ ସଂଶୋଧନ କରାଯିବ । ଭୂତ ହିତାଧିକାରୀଙ୍କ ନାଁକୁ ତାଲିକାରୁ ହଟାଯାଇ ଯେତିକି ସ୍ଥାନ ଖାଲି ହେବ ସେଠାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯିବ । ଏବଂ ସେମାନଙ୍କୁ ଯଥାଶୀଘ୍ର ରାସନ ଯୋଗାଇଦେବାର ବନ୍ଦୋବସ୍ତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *