ପୁତୁରାକୁ ଟାଙ୍ଗିଆରେ ହାଣି ମାରିଲା କକା !

ସମ୍ପର୍କରେ ଲାଗିଲା ରକ୍ତ ଛିଟା

ସମ୍ପର୍କରେ ଲାଗିଲା ରକ୍ତ ଛିଟା । କକା ଭୁଲିଗଲା ସମ୍ପର୍କ ଆଉ ନେଇଗଲା ପୁତୁରା ଜୀବନ । ଘରେ ଶୋଇଥିବା ବେଳେ ପୁତୁରାକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି କକା । ଯାହା ଅଭିଯୋଗ ହୋଇଥିବା ସାମ୍ନାକୁ ଆସିଛି। ତେବେ ଏଭଳି ଲୋମ ଟାଙ୍କୁରା ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ସଦର ଥାନା ଲାବେନଶ୍ୱର ଗାଁରେ। ମୃତ ଯୁବକ ଜଣଙ୍କ ପ୍ରଶାନ୍ତ ମାଝୀ ହୋଇଥିବା ବେଳେ ପୁଲିସ ଅଭିଯୁକ୍ତ କକା ମୁଗୁନା ମାଝୀଙ୍କୁ କାବୁ କରିଛି ପୋଲିସ ।

ସୂଚନା ଅନୁସାରେ ମୁଗୁନାଙ୍କ ବଡ଼ ପୁଅର ସ୍ତ୍ରୀ ସହିତ ଅନୈତିକ ସମ୍ପର୍କ ରଖିଥିଲା ପ୍ରଶାନ୍ତ। ଯାହାକୁ ନେଇ ଦୀର୍ଘଦିନ ଧରି ସହେହ କରୁଥିଲା କକା ମୁଗୁନା। ଏନେଇ ପ୍ରଶାନ୍ତଙ୍କ ସହ ମୁଗୁନାଙ୍କର ପୂର୍ବରୁ ଝଗଡ଼ା ହୋଇଥିଲା। ସନ୍ଦେହ ଶେଷରେ ପହଞ୍ଚିଥିଲା ଚରମାସୀମାରେ । ଗତକାଲି ପ୍ରଶାନ୍ତ ଘରେ ଶୋଇଥିବା ବେଳେ ମୁଗୁନା ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ।ପ ରିବାର ଲୋକେ ପାଟି ଶୁଣି ଦୌଡ଼ି ଆସିଥିଲେ। ମୁଗୁନା ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ମୁଗୁନାକୁ କାବୁ କରି ପଚରା ଉଚରା କରୁଛି ।