ରାଉରକେଲାରେ ବିସ୍ଫୋରକ ଭର୍ତ୍ତି ୨ ଟ୍ରକ୍ ଜବତ
ରାଉରକେଲାରୁ ସନ୍ଦେହଜନକ ଅବସ୍ଥାରେ ବିସ୍ଫୋରକ ଭର୍ତ୍ତି ଟ୍ରକ୍ ଠାବ ହୋଇଛି । ବାଲୁଘାଟ ପେଟ୍ରୋଲ ପମ୍ପ୍ ନିକଟରୁ ୨ଟି ଟ୍ରକକୁ ନେଇ ବଢ଼ିଛି ସସପେନ୍ସ। ଘଟଣାସ୍ଥଳରେ ପୋଲିସ, ଖଣି ବିଭାଗ ଓ GST ଅଧିକାରୀ ପହଞ୍ଚି ଖୋଳତାଡ କରୁଛନ୍ତି । ୨ଟି ଗାଡ଼ିରେ ବିପୁଳ ପରିମାଣର ବିସ୍ଫୋରକ ଥିବା ସୂଚନା ମିଳିଛି । ବିସ୍ଫୋରକ ଭର୍ତ୍ତି ଗାଡ଼ି କେଉଁଠୁ ଆସିଥିଲା, କୁଆଡ଼େ ଯାଉଥିଲା ସେନେଇ ଛାନଭିନ ଚାଲିଛି । ଦୁଇଟି ଯାକ ଗାଡ଼ିର କୌଣସି କାଗଜ ପତ୍ର ସଠିକ୍ ନଥିବା ଜାଣିବାକୁ ପାଇଛି ପୋଲିସ । ସେହିପରି କେମିତି ଓ କେଉଁ ପରିସ୍ଥିତିରେ ଏତେ ପରିମାଣର ବିସ୍ଫୋରକ ଯାଉଥିଲା ତାକୁ ନେଇ ପ୍ରଶ୍ନ ଉଠିଛି । ସୁନ୍ଦରଗଡ଼ ଜିଲ୍ଲା କେ ବଲାଙ୍ଗ ଥାନା ଅଞ୍ଚଳରୁ ମାଓବାଦୀ ୪ ଟନ୍ ବିସ୍ଫୋରକ ଲୁଟ୍ କରିବା ଘଟଣା ଭିତରେ ରାଉରକେଲାରେ ଠାବ ହୋଇଥିବା ଏହି ଦୁଇ ଟ୍ରକକୁ ନେଇ ବଢ଼ିଛି ଚର୍ଚ୍ଚା । ମଙ୍ଗଳବାର ବାଙ୍କ ପଥର ଖଣିରୁ ମାଓବାଦୀମାନେ ବିସ୍ଫୋରକ ଭର୍ତ୍ତି ଟ୍ରକ ଲୁଟ୍ କରି ନେଇଥିଲେ।
