ଦେବ୍ରିଗଡ଼କୁ ଆସିବେ ଦୁଇ ନୂଆ ବାଘ

ଦେବ୍ରିଗଡ଼କୁ ଆସିବେ ଦୁଇ ନୂଆ ବାଘ

ଦେବ୍ରିଗଡ଼କୁ ଆସିବେ ଦୁଇ ନୂଆ ବାଘ । ଖୁବଶୀଘ୍ର ଦୁଇଟି ବାଘ ଆଣିବାକୁ ଯୋଜନା ଚାଲିଛି । ନ୍ୟାସନାଲ ଟାଇଗର କନଜରଭେସନ୍ ସହ ଯୋଗାଯୋଗ କରାଯାଉଛି । ଦେବ୍ରିଗଡକୁ ବାଘ ଆଣିବା ପାଇଁ ସ୍ଥାନୀୟ ଲୋକଙ୍କ ସହଯୋଗ ଦରକାର । ବାଘ ଆଣିବା ନେଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ଜାରି ରଖିଥିିବା କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ । ମନ୍ତ୍ରୀ କହିଛନ୍ତି, ଶିମିଳିପାଳକୁ ଯମୁନା ଏବଂ ଜିନତକୁ ଅଣାଯାଇଥିଲା । ମାତ୍ର ଏ ପର୍ଯ୍ୟନ୍ତ ବଂଶବୃଦ୍ଧିରେ ଆମେ ସଫଳତା ପାଇପାରିନୁ । ସେମାନେ ସୁରକ୍ଷିତ ଅଛନ୍ତି । ବଂଶବୃଦ୍ଧି ନେଇ ପ୍ରୟାସ ଜାରି ରହିଛି । ଜିପିଏସ ଟ୍ରାକିଙ୍ଗ କରାଯାଉଛି । କ୍ୟାମେରା ମାଧ୍ୟମରେ ମନିଟରିଂ ଜାରି ରହିଛି ।

Leave a Reply

Your email address will not be published. Required fields are marked *