ଆଇଡି ବିସ୍ଫୋରଣ, ଦୁଇ ଯବାନ ଗୁରୁତର
ଆଇଡି ବିସ୍ଫୋରଣରେ ଦୁଇ ଏସଓଜି ଯବାନ ଗୁରୁତର। କନ୍ଧମାଳ ଜିଲ୍ଳା ତୁମୁଡ଼ିବନ୍ଧ ଥାନା ସିର୍ଲା ଜଙ୍ଗଲରେ ଆଇଡି ବିସ୍ଫୋରଣ। ଆଜି ସକାଳୁ ସକାଳୁ ମାଓ ବିରୋଧୀ ଅପରେସନ୍ ଚାଲିଥିବା ସମୟରେ ଏହି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ୨ SOG ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି । ମାଓବାଦୀମାନେ ଜଙ୍ଗଲରେ IED ଖଞ୍ଜିଥିବା ସନ୍ଦେହ କରାଯାଉଛି। ତେବେ ଏହି ବିସ୍ଫୋରଣ ପରେ କମ୍ବିଂ ଜୋରଦାର ଜାରି ରହିଛି। ଗୋଟିଏ ସପ୍ତାହ ପୂର୍ବରୁ କନ୍ଧମାଳ-ବୌଦ୍ଧ ସୀମାନ୍ତରେ ମାଓବାଦୀ-ଯବାନ ମୁହାଁମୁହିଁ ହୋଇଥିଲେ । ମାଓ ଠିକଣା ଉପରେ ଚଢ଼ାଇ କରି, ଯବାନମାନେ ମାଓ ପୋଷାକ, ଔଷଧ ସମେତ ବ୍ୟାପକ ସାମଗ୍ରୀ ଜବତ କରିଥିଲେ । ତେବେ ଏହା ପୂର୍ବରୁ କନ୍ଧମାଳ ଜିଲ୍ଳା ଗସ୍ତ କରି ମାଓ ସ୍ଥିତିର ସମୀକ୍ଷା କରିଥିଲେ ପୁଲିସ୍ ଡିଜି । ମାଓ ମୁକାବିଲା ପାଇଁ ମୁତୟନ ହୋଇଥିବା ସିଆରପିଏଫ, ବିଏସ୍ଏଫ, କେନ୍ଦୀୟ ବଳ ସହ ଆଲୋଚନା କରିଥିଲେ । ତେବେ ମାଓ ଗତିବିଧିକୁ ନଜରରେ ରଖି, ରବିବାର ସକାଳୁ କୁମ୍ବି ଅପରେସନ୍ କରାଯାଇଥିଲା ।