ସାତକୋଶିଆରେ ଦୁଇ ହାତୀଙ୍କ ମୃତଦେହ ଠାବ !

କରେଣ୍ଟ ଲାଗି ଚାଲିଗଲା ଦୁଇ ହାତୀଙ୍କ ଜୀବନ !

ଦୁଇଟି ହାତୀର ମୃତ ଦେହ ଉଦ୍ଧାର । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ । ଆଜି ସକାଳୁ ହାତୀ ୨ଟିର ମୃତଦେହ ଠାବ କରାଯାଇଥିବା ବେଳେ ସଙ୍ଗେ ସଙ୍ଗେ ବନ ବିଭାଗକୁ ସୂଚନା ଦିଆଯାଇଥିଲା । ତେବେ ହାତୀ ଦୁଇଟିର କିପରି ମୃତ୍ୟୁ ଘଟିଲା ତାର କାରଣ ଜଣାପଡ଼ି ନଥିବା ବେଳେ ଏନେଇ ତଦନ୍ତ କରୁଛି ବନ ବିଭାଗ । ସୂଚନା ଅନୁଯାୟୀ ସାତକୋଶିଆ ଅଭୟାରଣ୍ୟର ଜଗନ୍ନାଥପୁର ଗାଁ ନିକଟ ଜଙ୍ଗଲରେ ହାତୀ ଦୁଇଟିର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ବନ ବିଭାଗକୁ ଖବର ଦେଖିଥିଲେ। ଖବର ପାଇ ବନ ବିଭାଗର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହାସହ ଏକ ଡାକ୍ତରୀଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେବେ କରେଣ୍ଟ ଲାଗି ହାତୀ ଦୁଇଟିର ଜୀବନ ଯାଇଥିବା ସନ୍ଦେହ ହେଉଛି ।