ଦୁଇଦିନ ଯାଏଁ ନିସ୍ତାର ନାହିଁ !

ବୃଷ୍ଟିପାତ ନେଇ ୧୪ଜିଲ୍ଲାକୁ ସତର୍କ ସୂଚନା !

ବଦଳୁଛି ଓଡ଼ିଶାର ପାଣିପାଗ ।ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବୃଷ୍ଟିପାତ । ସେପଟେ ଆହୁରି ୨ଦିନ ଯାଏଁ ପ୍ରବଳ ବର୍ଷା ନେଇ ଜାରି ହୋଇଛି ସତର୍କ ସୂଚନା । ବିଶେଷ କରି 7ତାରିଖ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୪ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଥିବା ବେଳେ । କୋରାପୁଟ ଜିଲ୍ଲାର ସିମିଲିଗୁଡାରେ ସର୍ବାଧିକ ୧୫୮ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁଁ କାନ୍ଥ ପଡିଯାଇଥିବା ଏବଂ ଘର ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି ।

ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜଧାନୀ ଭୁବନେଶ୍ୱରରେ ଲାଗିରହିଛି ତୀବ୍ର ବୃଷ୍ଟିପାତ । ଗତକାଲିର ଘୂର୍ଣ୍ଣିବଳୟ ଆଜି ଆଭ୍ୟନ୍ତରୀଣ ଓଡ଼ିଶାର ମଧ୍ୟଭାଗ ଏବଂ ପାର୍ଶ୍ଵବର୍ତ୍ତୀ ଛତିଶଗଡ ଅଞ୍ଚଳରେ ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ଯାଏଁ ସକ୍ରିୟ  । ପ୍ରଭାବରେ ଆହୁରି ୨୪ ଘଣ୍ଟା ରାଜ୍ୟରେ ବିସ୍ତୃତି ବର୍ଷା ତଥା ପଶ୍ଚିମ ଓଡିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।  ତେବେ ଏହି ବର୍ଷା ନିଅଣ୍ଟିଆ ବର୍ଷାର କିଛି ଅଂଶ ପୂରଣ କରିପାରିବ ବୋଲି ସୂଚନା ରହିଛି ।