ରୁବେଲା ରୋଗୀ ଚିହ୍ନଟ ପରେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ନବରଙ୍ଗପୁରରେ ରୁବେଲା ଆତଙ୍କ

ନବରଙ୍ଗପୁର ଜିଲ୍ଲାରେ ରୁବେଲା ଆତଙ୍କ । ବର୍ତ୍ତମାନ ସୁଦ୍ଧା ୨ ରୁବେଲା ରୋଗୀ ଚିହ୍ନଟ ହୋଇଛନ୍ତି । ଗତ ୨୯ ତାରିଖରେ ସାମ୍ପୁଲ ନିଆଯାଇଥିବା ବେଳେ ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଡବ୍ଲୁଏଚଓ ଟିମ ସୂଚନା ଦେଇଛନ୍ତି । ଦୁଇ ରୋଗୀ ହେଉଛନ୍ତି ନନ୍ଦାହାଣ୍ଡି ବ୍ଲକ ପଡାଲଗୁଡା ଗ୍ରାମର । ସମୁଦାୟ ୫ ଜଣ ରୋଗୀଙ୍କଠାରୁ ସାମ୍ପଲ ନିଆଯାଇଥିବା ବେଳେ ୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ଏକ ଭୁତାଣୁ ଜନିତ ରୋଗ ହୋଇଥିବାରୁ ବାୟୁ ମଣ୍ଡଳରେ ବ୍ୟାପିଥାଏ । ଗର୍ଭବତୀ ହେବାର ପ୍ରଥମ ୩ ମାସ ଭିତରେ ଯଦି ମାଆକୁ ଏହି ରୋଗ ହୁଏ ତେବେ ଗର୍ଭସ୍ତ ଶିଶକୁ ସଂକ୍ରମଣ ହୋଇଥାଏ । ଜନ୍ମ ସମୟରେ ହୃଦ ରୋଗ, ବାକଶକ୍ତି ହରାଇବା, ଶ୍ରାବଣ ଶକ୍ତି ହରାଇବା, ଦୃଷ୍ଟି ଶକ୍ତି ହରାଇବା ସହ ଗର୍ଭପାତ ବି ହେବା ସମ୍ଭାବନା ଥାଏ । ବର୍ତ୍ତମାନ ରୁବେଲାର ସ୍ଥିତି ଯାଞ୍ଚ ପାଇଁ ଡବ୍ଲୁଏଚଓ ଟିମ ଓ ଜିଲ୍ଲା ସ୍ୱାସ୍ଥ୍ୟ ଟିମ ପଡାଲଗୁଡା ଗ୍ରାମକୁ ଯାଇଛନ୍ତି । ଅନେକ ସନ୍ଦିଗ୍ଧଙ୍କ ସାମ୍ପୁଲ ନିଆଯାଉଛି । ସଂକ୍ରମଣ ହୋଇଥିବା ଦୁଇ ରୋଗୀଙ୍କୁ ବର୍ତ୍ତମାନ ସଙ୍ଗରୋଧ କରାଯାଇଛି ।