ତୁହିନକାନ୍ତ ପାଣ୍ତେ SEBI ଅଧ୍ୟକ୍ଷ

ତୁହିନକାନ୍ତ ପାଣ୍ତେ ହେଲେ SEBI ଅଧ୍ୟକ୍ଷ

ତୁହିନକାନ୍ତ ପାଣ୍ତେ ହେଲେ SEBIର ନୂଆ ଅଧ୍ୟକ୍ଷ। ନିଯୁକ୍ତି ସଂପର୍କିତ କ୍ୟାବିନେଟ କମିଟି ଦେଲା ନିଯୁକ୍ତି । ୧୯୮୭ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ହେଉଛନ୍ତି ତୁହିନ କାନ୍ତ ପାଣ୍ଡେ। ସେ ଏବେ ଅର୍ଥ ଏବଂ ରାଜସ୍ୱ ବିଭାଗର ସଚିବ ଅଛନ୍ତି। ତୁହିନକାନ୍ତ ପାଣ୍ତେ ୩ ବର୍ଷ ପର୍ଯ୍ୟନ୍ତ ସେବି ଅଧ୍ୟକ୍ଷ ରହିବେ । ଏକାଦଶ ସେବି ଅଧ୍ୟକ୍ଷ ଭାବେ ତାଙ୍କୁ ନିଯୁକ୍ତି ମିଳିଛି । ଦୁଇ ବର୍ଷରୁ ଅଧିକ ସମୟ ପୂର୍ବେ ହୋଇଥିବା ଏୟାର ଇଣ୍ଡିଆର ବିନିଯୋଗ ପ୍ରକ୍ରିୟା ସମୟରେ ମଧ୍ୟ ପାଣ୍ଡେ ଚର୍ଚ୍ଚାରେ ଥିଲେ।ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିବା ବରିଷ୍ଠ ବ୍ୟୁରୋକ୍ରାଟ ତୁହିନ କାନ୍ତ ପାଣ୍ଡେ ସେପ୍ଟେମ୍ବର ୨୦୨୪ରେ ଅର୍ଥ ସଚିବ ହୋଇଥିଲେ। ଜାନୁଆରୀ ୨୦୨୫ରେ, ତାଙ୍କୁ ଅର୍ଥ ମନ୍ତ୍ରଣାଳୟର ରାଜସ୍ବ ବିଭାଗ (DoR) ସଚିବର ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଥିଲା। ଏୟାର ଇଣ୍ଡିଆର ଘରୋଇକରଣ ଏବଂ ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ର ଆଇପିଓ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ଜଣାଶୁଣା ପାଣ୍ଡେ। ଅର୍ଥ ମନ୍ତ୍ରଣାଳୟରେ ଯୋଗଦେବା ପୂର୍ବରୁ ଗୃହ କ୍ୟାଡର ଓଡ଼ିଶାରେ ପ୍ରମୁଖ ସଚିବ ଭାବରେ କାର୍ଯ୍ୟ କରିଛନ୍ତି। ଚଣ୍ଡିଗଡ଼ର ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ଅର୍ଥାତ୍‌ ଏମଏ ହାସଲ କରିଥିବା ତୁହିନ କାନ୍ତ ପାଣ୍ଡେ ମଧ୍ୟ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାଇଥିଲେ।