ଭାରତକୁ ଟାରିଫ୍ ଦେବାକୁ ପଡ଼ିବ: ଟ୍ରମ୍ପ
ଆମେରିକା ସୁପ୍ରିମକୋର୍ଟ ଟାରିଫ ନୀତି ରଦ୍ଦ କରିବା ପରେ ବି ଟାରିଫ୍ ବୋଝରୁ ଭାରତକୁ ମିଳିବନି ମୁକ୍ତି । ଭାରତକୁ ଟାରିଫ ଦେବାକୁ ପଡ଼ିବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ । ଟାରିଫ କିଛି ବି ବଦଳିବ ନାହିଁ । ଭାରତକୁ ଟାରିଫ୍ ଦେବାକୁ ପଡ଼ିବ ଏବଂ ଆମକୁ କୌଣସି ଟାରିଫ୍ ଦେବାକୁ ପଡ଼ିବ ନାହିଁ ବୋଲି ଟ୍ରମ୍ପ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋଦି ଜଣେ ମହାନ ବ୍ୟକ୍ତି ।ଆମେରିକା ସହ ବୁଝାମଣା ମାମଲାରେ ସେ ତାଙ୍କ ପୂର୍ବ ନେତାମାନଙ୍କ ଅପେକ୍ଷା ଅଧିକ ଚତୁର ଥିଲେ । ପୂର୍ବରୁ ସେମାନେ ଆମଠାରୁ ବହୁତ ଫାଇଦା ନେଉଥିଲେ । ତେଣୁ ଆମେ ଭାରତ ସହ ଏକ ନୂଆ ଚୁକ୍ତି କଲୁ । ଏବେ ଆମେ ସେମାନଙ୍କୁ କୌଣସି ଶୁଳ୍କ ଦେଉନାହୁଁ, କିନ୍ତୁ ସେମାନେ ଆମକୁ ଶୁଳ୍କ ଦେଉଛନ୍ତି । ଆମେ ପୂରା ପରିସ୍ଥିତିକୁ ଓଲଟାଇ ଦେଇଛୁ ବୋଲି କହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ ।
