ଭାରତ ଉପରେ ଟ୍ରମ୍ପଙ୍କ ୫୦% ଟାରିଫ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଗୋଟିଏ ପରେ ଗୋଟିଏ ଝଟକା ଦେଉଛନ୍ତି । ପୂର୍ବରୁ ସେ ଭାରତୀୟ ରପ୍ତାନି ଉପରେ ୨୫% ଶୁଳ୍କ ଲାଗୁ କରିଥିଲେ ଏବଂ ରୁଷରୁ ତେଲ ଏବଂ ଅସ୍ତ୍ରଶସ୍ତ୍ର କିଣିବା ଜାରି ରଖିବା ଉପରେ ଅତିରିକ୍ତ ଶୁଳ୍କ ଲଗାଇବାକୁ ଧମକ ମଧ୍ୟ ଦେଇଥିଲେ । ତେବେ ବୁଧବାର ସେ ପୁଣି ଥରେ ଏହାକୁ ଦ୍ୱିଗୁଣିତ କରିଛନ୍ତି । ଅର୍ଥାତ୍, ଏବେ ଆମେରିକା ଭାରତ ଉପରେ ୫୦% ଶୁଳ୍କ ଲଗାଇଛି । ଶୁଳ୍କ ଲାଗୁ ହେବା ଦ୍ୱାରା ଦେଶର ଅନେକ ବ୍ୟବସାୟିକ କ୍ଷେତ୍ର ପ୍ରଭାବିତ ହେବ ।ସେକେଣ୍ଡାରୀ ଟାରିଫ୍ ପାଇଁ ଟ୍ରମ୍ପଙ୍କ ଧମକ ।
ଟ୍ରମ୍ପଙ୍କ ଅତିରିକ୍ତ ୨୫ ପ୍ରତିଶ ଟାରିଫ ଘୋଷଣା ପରେ ଭାରତର ତୀବ୍ର ପ୍ରତିକ୍ରିୟା । ଅତିରିକ୍ତ ୨୫ ଟାରିଫ ଘୋଷଣାକୁ ଅନୁଚିତ, ଅନ୍ୟାୟ ଓ ଅଯୌକ୍ତିକ ବୋଲି କହିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ । ଦେଶର ସ୍ବାର୍ଥ ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଅତିରିକ୍ତ ୨୫ ପ୍ରତିଶତ ଟାରିଫ ପରେ ଭାରତ ଉପରେ ଲାଗିଛି ୫୦ ପ୍ରତିଶତ ଟାରିଫ । ଋଷରୁ ତୈଳ ଆମଦାନୀ ପାଇଁ ଅତିରିକ୍ତ ୨୫ ପ୍ରତିଶତ ଟାରିଫ ଲଗାଇଛନ୍ତି ଟ୍ରମ୍ପ ।
ଏହି ଅତିରିକ୍ତ ଟାରିଫ ଆସନ୍ତା ୨୭ ତାରିଖରୁ ଲାଗୁ ହେବ ।ଟ୍ରମ୍ପ ସ୍ୱାକ୍ଷର କରିଥିବା ଏକଜିକ୍ୟୁଟିଭ ଅର୍ଡର ଅନୁଯାୟୀ ଭାରତ ସରକାର ଋଷରୁ ତୈଳ ଆମଦାନୀ ଜାରି ରଖିଥିବାରୁ ଏହି ଟାରିଫ ଲାଗୁ ହୋଇଛି । ପୂର୍ବରୁ ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଲାଗୁ ହୋଇଥିଲା । ଭାରତକୁ ଏଥିପାଇଁ ଚେତାବନୀ ଦିଆଯାଇଥିଲା । ହେଲେ ଭାରତ ସରକାର ତୈଳ ଆମଦାନୀ ବନ୍ଦ କରିବାକୁ କୌଣସି ପଦକ୍ଷେପ ନନେବାରୁ ଅତିରିକ୍ତ ଟାରିଫ ଘୋଷଣା କରିଛି । ସ୍ୱାକ୍ଷର ହେବା ଦିନ ଠାରୁ ୨୧ ଦିନ ପରେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ । ଏବେ ଭାରତୀୟ ସାମଗ୍ରୀ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇଛି ଆମେରିକା । ଭାରତୀୟ ବୈଦେଶିକ ମନ୍ତ୍ରାଳୟ କହିଛି ଦେଶର ସ୍ବାର୍ଥ ପାଇଁ ପଦକ୍ଷେପ ନିଆଯିବ । ଏସବୁ ଭିତରେ ପୁଣି ସେକେଣ୍ଡାରୀ ଟାରିଫ ଲଗାଇବାକୁ ମଧ୍ୟ ଧମକ ଦେଇଛନ୍ତି ଟ୍ରମ୍ପ ।

Nice post! 1754807139