ଭାରତ ଉପରେ ଖପ୍ପା ଆମେରିକା

ଭାରତ ଉପରେ ୨୫% ଟାରିଫ୍ ଲଗାଇଲେ ଟ୍ରମ୍ପ

ଭାରତ ଉପରେ ଖପ୍ପା ଆମେରିକା। ମୋଦୀଙ୍କ ଉପରେ ରାଗିଗଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଲଗାଇଲେ ୨୫% ଟାରିଫ୍। ହଁ ଆଜ୍ଞା ଭାରତ ଉପରେ ୨୫% ଟାରିଫ୍ ଲଗାଇଲେ ଟ୍ରମ୍ପ। ଏନେଇ ନିଜେ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ। ଅଗଷ୍ଟ ୧ ତାରିଖରୁ ଭାରତ ଉପରେ ଲାଗୁ ହେବ ଏହି ନୂଆ ଟାରିଫ୍।ରୁଷିଆ ସହ ଭାରତର ବନ୍ଧୁତାକୁ ନେଇ ଖପ୍ପା ହେଲେ ଟ୍ରମ୍ପ। ରୁଷିଆ ଠାରୁ ଭାରତ ଅଧିକ ପ୍ରତିରକ୍ଷା ସାମଗ୍ରୀ କିଣୁଥିବାରୁ ରାଗିଗଲେ ଡୋନାଲ୍ଡ ଟ୍ରମ୍ପ। ଶକ୍ତି କ୍ଷେତ୍ରରେ ଭାରତ ରୁଷିଆ ଠାରୁ ଅଧିକ କ୍ରୟ କରୁଛି। ତେଣୁ ରାଗିଯାଇ ଭାରତ ଉପରେ ୨୫% ଟାରିଫ ଲଗାଇଦେଲେ ଟ୍ରମ୍ପ।ଟ୍ରମ୍ପ କହିଛନ୍ତି କି ଭାରତ, ଆମେରିକାର ବନ୍ଧୁ ।

କିନ୍ତୁ ଗତ କିଛି ବର୍ଷରେ ଭାରତ ସହିତ କମ୍ ବ୍ୟାପାର ହୋଇଛି କାରଣ ଦେଶର ଶୁଳ୍କ ବହୁତ ଅଧିକ । ଭାରତର ଅନେକ ନୀତି ଆମେରିକୀୟ କମ୍ପାନୀକୁ ବ୍ୟବସାୟରେ ଅସୁବିଧା ସୃଷ୍ଟି କରୁଛି ବୋଲି ସେ କହିଛନ୍ତି । ଟ୍ରମ୍ପ କହିଛନ୍ତି କି ଭାରତ ଆଜି ମଧ୍ୟ ନିଜ ଅଧିକାଂଶ ଅସ୍ତ୍ରଶସ୍ତ୍ର ଋଷରୁ କ୍ରୟ କରୁଛି । କେବଳ ଏତିକି ନୁହେଁ, ଚୀନ ସହିତ ମିଶି ଭାରତ, ଋଷଠୁ ଅଧିକ ମାତ୍ରାରେ ତେଲ ଓ ଗ୍ୟାସ୍ ମଧ୍ୟ କ୍ରୟ କରୁଛି । ଏହି ସବୁ କାରଣରୁ ଆମେରିକା ଭାରତରୁ ଆସୁଥିବା ସାମଗ୍ରୀ ଉପରେ ୧ ଅଗଷ୍ଟରୁ ୨୫ ପ୍ରତିଶତ ଶୁଳ୍କ ଲଗାଇବ ବୋଲି ସେ କହିଛନ୍ତି । ଏହା ସହିତ ଜୋରିମାନା ମଧ୍ୟ ଲଗାଯିବ ବୋଲି ଟ୍ରମ୍ପ କହିଛନ୍ତି ।