ମର୍ମନ୍ତୁଦ ଦୁର୍ଘଟଣା, ୫ଜଣଙ୍କ ମୃତ୍ୟୁ
ମର୍ମନ୍ତୁଦ ଦୁର୍ଘଟଣା । ୩ ବାଇକ୍ ଉପରେ ମାଡ଼ିଗଲା ଟ୍ରକ୍ । ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ । ଛାତିଥରା ଦୁର୍ଘଟଣା ଘଟିଛି ବ୍ରହ୍ମପୁରରେ । ବ୍ରହ୍ମପୁର ଗୋଶାଣୀ ନୁଆଁ ଗାଁ ଓଭର ବ୍ରିଜରେ ମର୍ମନ୍ତୁଦ ଦୁର୍ଘଟଣା । ଭୁଲ ରାସ୍ତାରେ ଆସି ଏକ ଟ୍ରକ ୩ଟି ମୋଟରସାକେଲକୁ ସାମ୍ନା ପଟୁ ଧକ୍କା ଦେଲା ।ଧକ୍କା ଦେବା ପରେ କିଛି ଦୂର ଘୋଷାଡ଼ି ନେଇଥିଲା । ଘଟଣା ସ୍ଥଳରେ ୫ ମୋଟର ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କୁ ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି ।
