ଶ୍ରୀମନ୍ଦିର ପାଳିଆ ସେବାୟତଙ୍କୁ ଦିଆଯିବ ପ୍ରଶିକ୍ଷଣ
ପ୍ରଶିକ୍ଷଣ ନେବେ ପାଳିଆ ସେବାୟତ । ଭକ୍ତଙ୍କ ସହ ଭଲ ବ୍ୟବହାର କରିବା ସହ ନୀତିକାନ୍ତି ନେଇ ପ୍ରଶିକ୍ଷଣ ନେବେ ପାଣିଆ ସେବକ । ଏପ୍ରିଲ ୪ ତାରିଖରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଶିକ୍ଷଣ ଆରମ୍ଭ ହେବ । ଏପ୍ରିଲ ୪ଓ ୫ ତାରିଖରେ ଦିନ ୧୦ ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ନୀଳାଦ୍ରି ଭକ୍ତ ନିକାଶ ପରିସରରେ ଏହି ପ୍ରଶିକ୍ଷଣ ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ବରିଷ୍ଠ ଅଧିକାରୀଙ୍କ ସହ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଏବଂ ବରିଷ୍ଠ ସେବାୟତମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଶିକ୍ଷଣ ଦେବେ । ତେବେ କେଉଁ ମାନେ ଏହି ପ୍ରଶିକ୍ଷଣ ନେବେ ତାହାର ତାଲିକା ପ୍ରସ୍ତୁତ ଜାରି ରହିଛି । ସେହିପରି ଏପ୍ରିଲ ୨ ତାରିଖ ସୁଦ୍ଧା ଯେଉଁ ପାଳିଆ ସେବକ ମାନେ ପ୍ରଶିକ୍ଷଣ ନେବେ ସେମାନଙ୍କ ନାମ, ଠିକଣା ଓ ଯୋଗାଯୋଗ ନମ୍ବର ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
