ଥମୁନି ରେଳ ଦୁର୍ଘଟଣା

ବଗି ଛାଡି ପଳାଇଲା ମାଲବାହୀ ଟ୍ରେନ୍ ଇଞ୍ଜିନ୍

ଓଡିଶାର ପିଛା ଛାଡୁନି ରେଳ ଦୁର୍ଘଟଣା । ଲଗାତାର ଗୋଟିଏ ପରେ ଗୋଟିଏ ରେଳ ଦୁର୍ଘଟଣା ଘଟୁଛି । ଏହା ପରେ ବି ରେଳକର୍ତ୍ତୃପକ୍ଷ ସାବଧାନତା ଅବଲମ୍ବନ କରୁନାହାନ୍ତି । ଆଜି ଭୁବନେଶ୍ୱର ବାଣୀବିହାର ଷ୍ଟେସନରେ ପୁଣି ଅଘଟଣ ଘଟିଛି । କିଛି ବଗି ଛାଡ଼ି ପଳାଇଲା ମାଲବାହୀ ଟ୍ରେନର ଇଞ୍ଜିନ୍। ମାଲବାହୀ ଟ୍ରେନଟି ମେରାମୁଣ୍ଡଳୀ ଯାଉଥିବା ସୂଚନା ରହିଛି ।