ସହର ଭିତରକୁ ପ୍ରବେଶ କରିବନି ଭାରିଯାନ
ରାଜଧାନୀରେ ଦୁର୍ଗାପୂଜା ପାଇଁ ଟ୍ରାଫିକ କଟକଣା । କମିସନରେଟ ପୋଲିସ ପକ୍ଷରୁ ଆଡଭାଇଜାରି ଜାରି ହୋଇଛି । କୋଣସି ଭାରିଯାନ ସହର ଭିତରକୁ ପ୍ରବେଶ ଅନୁମତି ନାହିଁ । ଯାତ୍ରୀବାହୀ ବସ୍ ମଧ୍ୟ ସହର ଭିତରେ ଦେଇ ଚଳାଚଳ କରିବ ନାହିଁ। ପୁରୀରୁ ଆସୁଥିବା ବସ୍ ଲିଙ୍ଗିପୁର ଛକରୁ ବାଇପାସ୍ ଏବଂ ହାଇଟେକ୍ ଛକ ଦେଇ ବରମୁଣ୍ଡା ଯିବ। ସେହିପରି ବରମୁଣ୍ଡାରୁ ମଧ୍ୟ ପୁରୀକୁ ସେହି ବାଟେ ଯିବ। କଟକରୁ ପୁରୀ ଯିବାକୁ ହେଲେ ହାଇଟେକ୍ ଛକ ଏବଂ ଲିଙ୍ଗିପୁର ଦେଇ ଯିବ। ସହର ଭିତରେ ମଧ୍ୟ ସରକାରୀ ବସ୍ ଚଳାଚଳ ଉପରେ ମଧ୍ୟ କଟକଣା ରହିଛି । ଏହି କଟକଣା ଆସନ୍ତା ୨ତାରିଖ ଯାଏ ଜାରି ରହିବ ।
