ଟ୍ରାଫିକ ସମସ୍ୟା ପାଇଁ ୭ ହଜାର କୋଟି
ଭୁବନେଶ୍ୱରରେ ଆଉ ହେବନି ଟ୍ରାଫିକ ଭିଡ଼ । ଟ୍ରାଫିକ ସମସ୍ୟା ପାଇଁ ୭ ହଜାର କୋଟି ଟଙ୍କାର ଯୋଜନା କରିଛନ୍ତି । ଜୟଦେବ ବିହାରରୁ ନନ୍ଦନକାନନ ପର୍ୟ୍ୟନ୍ତ ଏକ ଏଲିଭେଟେଡ୍ କରିଡର, ପଟିଆ ଷ୍ଟେସନ ଛକରୁ ସୁଆଙ୍ଗ ମୌଜା ପର୍ୟ୍ୟନ୍ତ ଦୟା ୱେଷ୍ଟ କେନାଲ ରାସ୍ତା ନିର୍ମାଣ, ସୁନ୍ଦରପଦାରୁ ଜଟଣୀ ରାସ୍ତାର ପ୍ରଶସ୍ତୀକରଣ ତଥା କଳ୍ପନା ଛକ, ମ୍ୟୁଜିୟମ ଓ ଶିଶୁଭବନ ଛକରେ ୩ଟି ଫ୍ଲାଏ ଓଭର୍ ସହିତ ଏଜି ଛକରେ ଏକ ଅଣ୍ଡରପାସ୍ ନିର୍ମାଣ ପାଇଁ ଯୋଜନା ରଖାଯାଇଛି । ସେହିପରି ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାଥମେଟିକସରୁ ପଥରଗାଡିଆ- ଉତ୍କଳ ହସ୍ପିଟାଲ- ରେଲ୍ ବିହାର ଦେଇ ଏକାମ୍ର କାନନ ପର୍ୟ୍ୟନ୍ତ ଲେଫ୍ଟ ପାରାଲେଲ୍ ରୋଡ୍ କାମ ଜାରି ରହିଛି। ଏହା ସହିତ ଡମଣାରୁ ପ୍ରେସ୍ ଛକ, କଳାରାହାଙ୍ଗରୁ ବରିମୁଣ୍ଡ ଓ କେଳୁଚରଣ ପାର୍କରୁ ବରିମୁଣ୍ଡ ପର୍ୟ୍ୟନ୍ତ ୩ଟି ରାଇଟ୍ ଆକ୍ସେସ୍ ରୋଡ୍ ନିର୍ମାଣର ଯୋଜନା ରଖାଯାଇଛି। ତା ସହିତ ୬୪ କିଲୋମିଟରର ଏକ ଇନର୍ ରିଙ୍ଗ୍ ରୋଡ୍ ମଧ୍ୟ ନିର୍ମାଣ କରାଯିବ। ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି । ତମାଣ୍ଡୋରୁ ପାଇକରାପୁର ଏବଂ ଧଉଳିରୁ ତମାଣ୍ଡୋ ୬ ଲେନ୍ ରାସ୍ତା ହେବ । ଭୁବନେଶ୍ବରର ସମ୍ପ୍ରସାରଣ ପାଇଁ ଆଉଟର୍ ରିଙ୍ଗ ରୋଡ୍ ଯୋଜନା ପ୍ରସ୍ତୁତ ହୋଇଛି ।୧୪୮ କିଲୋମିଟରର ରିଙ୍ଗ୍ ରୋଡ୍ ୬ ଲେନ୍ ବିଶିଷ୍ଟ ହେବା ସହ ୨ଟି ସର୍ଭିସ ରୋଡ୍ ମଧ୍ୟ ରହିବ ।
