ସୁରକ୍ଷାକର୍ମୀ ମାଓବାଦୀ ଗୁଳି ବିନିମୟ

ଏନକାଉଣ୍ଟରରେ ଟପ୍ ମାଓନେତା ନିହତ

ଏନକାଉଣ୍ଟରରେ ଟପ୍ ମାଓନେତା ନିହତ।  ମିଳିତ ସୁରକ୍ଷା ବାହିନୀ ର ସର୍ଚ୍ଚ ଅପରେସନ ବେଳେ ଏନକାଉଣ୍ଟରରେ ଟଳିଲା ଟପ୍ ମାଓ ନେତା ଏରିଆ କମାଣ୍ଡର ଅରୁଣ।  ମାଓବାଦୀଙ୍କ ଟପ୍ କ୍ୟାଡ଼ର ନେତା ଆସନ୍ତା ଅଗଷ୍ଟ ୧୫ ରେ ଏକ ବଡ଼ ଧରଣର କାଣ୍ଡ କରିବା ପାଇଁ ଏକତ୍ରିତ ହୋଇଥିବା ସୂଚନା ମିଳିଥିଲା। ସୂଚନାକୁ ଆଧାର କରି ଚାଇବାସା ପୋଲିସ୍ ଓ ସିଆରପିଏଫ୍ ୨୦୯ ବାଟାଲିୟନ ପକ୍ଷରୁ ମିଳିତ ଭାବେ ସର୍ଚ୍ଚ ଅପରେସନ କରାଯାଇଥିଲା । ସେଠାରେ ପହଞ୍ଚିବା ପରେ ସରଣ୍ଡା ଜଙ୍ଗଲର ପୋଷେଇତା ଓ ତୁମ୍ବାଗୁଡା ଜଙ୍ଗଲରେ ମିଳିତ ସୁରକ୍ଷା ବାହିନୀର ଏନକାଉଣ୍ଟର।ଏନ୍ କାଉଣ୍ଟରରେ ଟପ୍ ମାଓ ନେତା ଅରୁଣ ପୋଲିସ୍ ଗୁଳିରେ ମୃତ୍ୟୁ ବରଣ କରିଥିଲା ।  ଏନକାଉଣ୍ଟର ପରେ ପୋଲିସର ସର୍ଚ୍ଚ ଅପରେସନରେ ମୃତ ମାଓ ନେତା ଅରୁଣର ମୃତଦେହ ନିକଟରୁ ଏସଏଲ ଆର ବନ୍ଧୁକ, ଜୀବନ୍ତ ଗୁଳି ଓ ଅନ୍ୟ ଦୈନିକ ବ୍ୟବହାର ସାମଗ୍ରୀ ଉଦ୍ଧାର କରିଛି ପୋଲିସ୍ ।