ରଥଯାତ୍ରା ନୀତି ନିର୍ଘଣ୍ଟ: ୯.୩୦ରୁ ପହଣ୍ଡି, ଅପରାହ୍ନ ୪ଟାରୁ ରଥଟଣା
ରାତି ପାହିଲେ ବିଶ୍ବ ନିଅନ୍ତାଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଶାନ୍ତି ଶୃଙ୍ଖଳା ଏବଂ ଭକ୍ତଙ୍କ ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବାବେଳେ ଆଜି ପ୍ରଶାସନ ପକ୍ଷରୁ ନୀତିକାନ୍ତି ନେଇ ସମୟ ନିର୍ଘଣ୍ଟ କରାଯାଇଛି । ସକାଳ ୬ଟାରେ ମଙ୍ଗଳ ଆଳତୀ ପାଇଁ ନୀତି ନିର୍ଘଣ୍ଟ ହୋଇଥିବାବେଳେ ୬ ଟା ୧୦ ରେ ମଇଲମ ଲାଗି ହେବ । ସେହିପରି ୬.୩୦ ରେ ତଡପ ଲାଗି, ରୋଷ ହୋମ, ୬.୩୦ ରେ ଅବକାଶ, ୭.୦୦ ରେ ସୂର୍ଯ୍ୟ ପୂଜା, ୭.୧୦ରେ , ଦ୍ବାରପାଳ ପୂଜା ଓ ବେଶ ଶେଷ ୭. ୩୦ରେ ହେବ । ସେହିପରି ୮ଟା ରୁ ୯ଟା ପର୍ଯ୍ୟନ୍ତ ଗୋପାଳ ବଲ୍ଲଭ ଓ ସକାଳ ଧୂପ(ଖେଚୁଡି ଭୋଗଃ ଏବଂ ରଥ ପ୍ରତିଷ୍ଠା ହେବ । ୯.୧୫ ରେ ମଙ୍ଗଳାର୍ପଣ, ୯.୩୦ ପହଣ୍ଡି ଆରମ୍ଭ, ଦିନ ୧୨.୩୦ ରେ ପହଣ୍ଡି ଶେଷ, ୧୨. ୩୦ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଶ୍ରୀଶ୍ରୀମଦନ ମୋହନ, ଶ୍ରୀଶ୍ରୀରାମ ଓ ଶ୍ରୀଶ୍ରୀକୃଷ୍ମ ବିଜେ ନିତି କରାଯିବ । ସେହିପରି ୧.୩୦ ରୁ ୨.୦୦ ପର୍ଯ୍ୟନ୍ତ ଚିତା ଲାଗି ଓ ବେଶ ଶେଷ । ୨.୩୦ ରୁ ୩. ୩୦ ପର୍ଯ୍ୟନ୍ତ ଛେରାପହଁରା, ଚାରମାଳ ଫିଟା, ଘୋଡା ଓ ସାରଖୀ ଲାଗିବ । ଏହାପରେ ଦିନ ୪ଟାରୁ ରଥଟଣା ଆରମ୍ଭ ହେବ । ରଥଟଣା ସରିବା ପରେ ଅନ୍ୟାନ୍ୟ ନୀତି ରଥ ଉପରେ ହେବ ।
