ମନମୋହନଙ୍କ ପରେ ସମାନ କଥା କହିଲେ ବିଜୟପାଲ୍‌ ସିଂ ତୋମାର

‘ମେଣ୍ଟ ନେଇ କୌଣସି ଚର୍ଚ୍ଚା ହୋଇନି’

ମନମୋହନଙ୍କ ପରେ ସମାନ କଥା କହିଲେ ବିଜୟପାଲ୍‌ ସିଂ ତୋମାର । ‘ମେଣ୍ଟ ନେଇ କୌଣସି ଚର୍ଚ୍ଚା ହୋଇନି କହିଲେ ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ୍‌ ସିଂ ତୋମାର। ଏପର୍ଯ୍ୟନ୍ତ ଏନେଇ କୌଣସି ଚର୍ଚ୍ଚା ହୋଇନି । ଆମେ ରାଜ୍ୟର ସବୁ ସିଟ୍‌ରେ ଲଢ଼ିବାକୁ ପ୍ରସ୍ତୁତି ଜାରି ରଖିଛୁ । ବିଧାନସଭାରେ ୮୦ରୁ ଅଧିକ ସିଟ୍‌ ପାଇ ସରକାର ଗଢ଼ିବୁ । ଲୋକସଭାରେ ୧୬ରୁ ଅଧିକ ସିଟ୍‌ରେ ବିଜୟୀ ହେବୁ ।’ ଅନ୍ୟପଟେ ଦିଲ୍ଲୀ ଯାଇଥିବା ୨ ବିଜେଡି ନେତାଙ୍କ ସଂପର୍କରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ତୋମାର । ସେ କହିଛନ୍ତି ଦିଲ୍ଲୀରେ ମୋତେ କୌଣସି ବିଜେଡି ନେତା ଭେଟିନାହାନ୍ତି । ମେଣ୍ଟ କଥା ଯିଏ କହୁଛି, ତାକୁ ପଚାର ବୋଲି କହିଲେ ତୋମାର ।