ଆଜି ପୁଣି ହେବ ରୁକୁଣା ରଥ ଟଣା

ଆଜି ୩ଟାରେ ରଥ ଟଣା: କପାଳି ମଠ ନିକଟରେ ଅଟକିଛି ରୁକୁଣା ରଥ

ଆଜି ପୁଣି ହେବ ରୁକୁଣା ରଥ ଟଣା। ଗତକାଲି ଧାର୍ଯ୍ୟ ହୋଇଥିବା ସମୟର ୨ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା ରୁକୁଣା ରଥ ଟଣା। ଯେଉଁଥି ପାଇଁ ବଢ଼େଇବାଙ୍କ ଛକ ପୂର୍ବରୁ କପାଳି ମଠ ନିକଟରେ ରଥ ଅଟକି ରହିଲା। ମନ୍ଦିର ଭିତରେ ୩ ଥର ମାରା ହେବାରୁ ନୀତି ବିଳମ୍ବ ହୋଇ ଏଭଳି ପରିସ୍ଥିତି ହୋଇଛି। ଘଣ୍ଟ, ଘଣ୍ଟା ବାଜୁଥିଲା। ଶିବ ଧ୍ବନିରେ କମ୍ପୁଥିଲା ମନ୍ଦିର ଭିତର, ବାହାର। ବାହାରେ ଅପେକ୍ଷା କରିଥିଲେ ହଜାର ହଜାର ଶ୍ରଦ୍ଧାଳୁ। ପବିତ୍ର ଚୈତ୍ରମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଆଜି ଭଉଣୀ, ମା’ ରୁକ୍ମିଣୀ ଓ ଶ୍ରୀଦୋଳଗୋବିନ୍ଦଙ୍କ ସହ ରାମେଶ୍ୱର ଯାତ୍ରାରେ ବାହାରିଥିଲେ ମହାପ୍ରଭୁ ଶ୍ରୀଲିଙ୍ଗରାଜ। ବେଶ, ଦ୍ୱାରପାଳ ଓ ସୂର୍ଯ୍ୟ ପୂଜା, ବଲ୍ଲଭ, ମା’ ଗୋପାଳୁଣୀଙ୍କ ବଲ୍ଲଭ, ସକାଳ ଧୂପ ଓ ଭୋଗ ମଣ୍ଡପ ନୀତି ପରେ ଅପରାହ୍ନ ୩ଟାରେ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଅପରାହ୍ନ ୫ଟା ୧୮ ମିନିଟ୍‌ରେ କାଳସୀ ରଥ ସମ୍ଭାଳିଥିଲେ। ଏହାର ୩ ମିନିଟ୍‌ ପରେ ୫ଟା ୨୧ମିନିଟ୍‌ରେ ରଥ ଟଣା ଆରମ୍ଭ ହୋଇ ୬ଟା ୨୦ ମିନିଟ୍‌ରେ ରଥଟଣା ବନ୍ଦ ରଖା ଯାଇଥିଲା।

Leave a Reply

Your email address will not be published. Required fields are marked *