ଆଜି ବିଧାନସଭାରେ ପାରିତ ହେବ ବ୍ଯୟମଞ୍ଜୁରୀ ବିଲ୍

ପାରିତ ହେବ ବ୍ଯୟମଞ୍ଜୁରୀ ବିଲ୍

ଆଜି ବିଧାନସଭାରେ ପାରିତ ହେବ ବ୍ଯୟମଞ୍ଜୁରୀ ବିଲ୍ । ସବୁ ବିଭାଗର ଖର୍ଚ୍ଚଦାବି ଆଲୋଚନା ହେବା ପରେ ବ୍ଯୟ ମଞ୍ଜୁରୀ ବିଲକୁ ଗୃହରେ ପାରିତ କରାଯିବ । ଗୃହରେ ପଞ୍ଚାତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଗ୍ରାମ୍ୟ ଉନ୍ନୟନ, ସରକାରୀ ଉଦ୍ଯୋଗ, ଶ୍ରମ ଓ କର୍ମଚାରୀ ରାଜ୍ଯ ବୀମା ବିଭାଗର ପ୍ରଶ୍ନକାଳ ରହିଛି । ଶୂନ୍ଯକାଳରେ ଚିକିଟି ମଦମୃତ୍ଯୁ, ଢେଙ୍କାନାଳ ଗଣଦୁଷ୍କର୍ମ, ସୁଭଦ୍ରା, ଆଇନ ଶୃଙ୍ଖଳା, ରେଭେନ୍ସା ନାମ ପରିବର୍ତ୍ତନ ପ୍ରସ୍ତାବ, ଖଣିଜ ସମ୍ପଦର କୁବିନିଯୋଗ ଆଦି ପ୍ରସଙ୍ଗକୁ ଉଠାଇ ସରକାରଙ୍କୁ ଘେରିବେ ବିରୋଧୀ । ସେହିପରି ବ୍ଯୟ ମଞ୍ଜୁରୀ ଆଲୋଚନା ସମୟରେ ତିନି ମାସର ମୋହନ ସରକାର ପ୍ରତିଶୃତି ଦେଇ କିପରି ରାଜ୍ଯବାସୀଙ୍କୁ ପ୍ରତାରିତ କରିଛନ୍ତି ସେ ପ୍ରସଙ୍ଗ ଉଠାଇବେ ବିରୋଧୀ ବିଜେଡି ଓ କଂଗ୍ରେସ । ବିଶେଷକରି ସୁଭଦ୍ରା, ମାଗଣା ବିଜୁଳି, ସମସ୍ତଙ୍କୁ ୩୫ଶହ ଟଙ୍କାର ଭତ୍ତା ଭଳି ବିଜେପିର ମାଳମାଳ ପ୍ରତିଶୃତି କିଭଳି ପ୍ରତାରଣାରେ ପରିଣତ ହୋଇଛି ତାହାକୁ ନେଇ ସରକାରଙ୍କୁ ଟାର୍ଗେଟ କରିବେ ବିରୋଧୀ । ଶାସକ ଦଳ ମଧ୍ଯ ତିନି ମାସର ସରକାରଙ୍କ ସଫଳତାର କଥାକୁ ଗୃହରେ ଉଠାଇବ ।

Leave a Reply

Your email address will not be published. Required fields are marked *