ଆଜି ସ୍ଵାଭାବିକ ହୋଇଛି ବିଧାନସଭା

ଗୃହରେ କୃଷି, ଗଣଶିକ୍ଷା, ଉଚ୍ଚଶିକ୍ଷା, ପଶୁ ସମ୍ପଦ ଓ ଯୋଗାଣ ବିଭାଗର ଆଲୋଚନା

ଶାସକ ବିରୋଧୀଙ୍କ ହୋହଲ୍ଲା ନାରାବାଜି ଭିତରେ ଚାଲିପାରୁନଥିଲା ଗୃହ । ଏମିତିକି ଗତକାଲି ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ ବି ଫେଲ ମାରିଥିଲା। ବିରୋଧୀ ଶାସକଙ୍କ ବାକଯୁଦ୍ଧ ପାଇଁ ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି । ହେଲେ ଆଜି ୩ ଦିନ ପରେ ଚଳିତ ଅଧିବେଶନର ଚତୁର୍ଥ ଦିନରେ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇଛି । ପ୍ରଶ୍ନକାଳରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଜାରି ରହିଛି । ଆଜି ଗୃହରେ କୃଷି, ଗଣଶିକ୍ଷା, ଉଚ୍ଚଶିକ୍ଷା, ପଶୁ ସମ୍ପଦ ଓ ଯୋଗାଣ ବିଭାଗର ଆଲୋଚନା ହେବା ନେଇ ସୂଚନା ରହିଛି ।

ଗୃହ ନଚାଲିବାକୁ ନେଇ ମୁହାଁମୁହିଁ ହୋଇଥିଲେ ବିଜେଡି, ବିଜେପି ଓ କଂଗ୍ରେସ । ବିଜେପି ବିଧାୟକ ଅଭିଯୋଗ ଆଣି କହିଥିଲେ, ବିଜେଡି ଓ କଂଗ୍ରେସ ଏକ ହୋଇ ଗୃହକୁ ଚଳାଇ ଦେଉ ନାହାନ୍ତି । ବିଜେଡି ସହ ମିଶି କଂଗ୍ରେସ ଭିନ୍ନ ଏକ ପ୍ରସଙ୍ଗରେ ମୁଲତବି ପ୍ରସ୍ତାବ ଆଣିଥିଲା ବୋଲି ବିଜେପି ଅଭିଯୋଗ କରଥିଲା । ଏହାକୁ କାଂଉଟର କରିଥିଲା କଂଗ୍ରେସ । ଗୃହ ଚାଲି ନପାରିବାରୁ, ବିଜେପି ବିଧାୟକଙ୍କ ଅଭିଯୋଗକୁ ନେଇ ରୁଲିଂ ଦେଇଥିଲେ ବାଚସ୍ପତି । ପ୍ରଶ୍ନକୁ ଅଗ୍ରାହ୍ୟ କରାଯିବା ପୂର୍ବରୁ କାହିଁକି ଜଣାଯାଇନଥିଲା ସେ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାରି ଭିତରେ ଆଗତ ହୋଇଛି ପୌର ବିଧି ସଂଶୋଧନ ବିଲ୍ । ତେବେ ଏହି ପ୍ରଶ୍ନକାଳରେ କେଉଁ କେଉଁ ପ୍ରସଙ୍ଗକୁ ଗୁରୁତ୍ଵ ଦିଆଯାଉଛି ଦେଖିବାକୁ ବାକି ରହିଲା ।